ଭାରତର କମ୍ୟୁନିଷ୍ଟ ପାର୍ଟି ମାର୍କସ୍ସବାଦୀ କଳାହାଣ୍ଡି ଜିଲ୍ଲା କମିଟି ପକ୍ଷରୁ ଡିଆରଏମଙ୍କୁ ଦାବୀପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଭିନ୍ନ ଦାବିନେଇ ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କସ୍ସବାଦୀ) କଳାହାଣ୍ଡି ଜିଲ୍ଲା କମିଟି ରେଳ ବିଭାଗର ଉଚ୍ଚ କତୃପକ୍ଷ ଡିଆରଏମଙ୍କୁ ୫ ଦଫା ସମ୍ବଳିତ ଦାବୀପତ୍ର ପ୍ରଦାନ କରିଛି । ପାର୍ଟିର ଜିଲ୍ଲା ସମ୍ପାଦକ ବିଶ୍ୱଜିତ ଚାଟାର୍ଜିଙ୍କ ନେତୃତ୍ୱରେ ଜିଲ୍ଲା କମିଟି ସଦସ୍ୟ ନରସିଂହ ଥାପା, ଗଙ୍ଗାଧର ପ୍ରହରାଜ, ସତ୍ୟଜିତ ଚାଟାର୍ଜି, ଶାଖା ସମ୍ପାଦକ ଭକ୍ତଚରଣ ନାଏକ, ନର୍ଲା ଗ୍ରାମ୍ୟ ସମ୍ପାଦକ ଦେବରାଜ ମାଝୀ, ନବକିଶୋର ସାହୁ, ସମାଜସେବୀ କୁମୁଦଚନ୍ଦ୍ର ନାଏକ ପ୍ରମୁଖ ଏକା ଶୋଭାଯାତ୍ରାରେ ବାହାରି ନର୍ଲାରୋଡ ଷ୍ଟେସନରେ ପହଞ୍ଚିଥିଲେ । ସେଠାରେ ଷ୍ଟେସନ ମାଷ୍ଟରଙ୍କ ଜରିଆରେ ଡିଆରଏମଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଦାବି ଗୁଡ଼ିକ ମଧ୍ୟରେ – ନର୍ଲା ଠାରେ ପ୍ରସ୍ତାବିତ ଲୋକୋମୋଟିଭ କାରଖାନା ଯୁଦ୍ଧକାଳୀନ ଭିତ୍ତିରେ କରାଯାଉ । ଧାନବାଦ ଆଲପୁଜା ଏକ୍ସପ୍ରେସ୍, ସମତା ଏକ୍ସପ୍ରେସ୍, ବିଲାସପୁର ତିରୁପତି ଏକ୍ସପ୍ରେସ ନର୍ଲାରୋଡ ଷ୍ଟେସନରେ ରହିବାର ବ୍ୟବସ୍ଥା କରାଯାଉ । ଜୁନାଗଡ ଭୂବନେଶ୍ୱର ଟ୍ରେନକୁ ଦେପୁର ଓ ଲାଞ୍ଜିଗଡରୋଡ ଷ୍ଟେସନ ଠାରେ ରହଣି ଓ ଜୁନାଗଡ ଭାୟା ସମ୍ବଲପୁର ଦେଇ ଭୁବନେଶ୍ୱର ଟ୍ରେନ ପ୍ରଚଳନ କରାଯାଉ । କରୋନା ସମୟରେ ବାତିଲ ହୋଇଥିବା ବରିଷ୍ଠ ନାଗରିକ, ମହିଳା ଆଦି କ୍ଷେତ୍ରରେ ରିହାତି ବ୍ୟବସ୍ଥା ପୁଣି ପ୍ରଚଳନ କରାଯାଉ । ଆରକ୍ଷଣ କ୍ଷେତ୍ରରେ କେତେ ଟିକଟ ତତ୍କାଳ ପାଇଁ ସଂରକ୍ଷିତ ହେଉଛି ତାହା ସାର୍ବଜନୀନ କରିବା ସଙ୍ଗେ ସଙ୍ଗେ ଇଣ୍ଟରନେଟ୍ ଓ ଏଜେଣ୍ଟ ବୁକିଂ ପାଇଁ କେତେ ଟିକେଟ ବୁକ କରାଯାଉଛି ତାହା ସାଧାରଣରେ ପ୍ରକାଶ କରାଯାଉ ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି । ଯଦି ଅତିଶୀଘ୍ର ଏସବୁ ଟ୍ରେନ ଗୁଡିକର ରହଣୀ ବ୍ୟବସ୍ଥା କରାନଯାଏ ତାହେଲେ ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନନ ହେବ ବୋଲି ପାର୍ଟି ପକ୍ଷରୁ ଚେତାବନୀ ଦିଆଯାଇଥିବା ଜିଲ୍ଲା ସମ୍ପାଦକ ଶ୍ରୀ ଚାଟାର୍ଜୀ ମତବ୍ୟକ୍ତ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.