ଅଲ୍ ଓଡିଶା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ସାମ୍ମୁଖ୍ୟର ଜିଲ୍ଲାସ୍ତରୀୟ ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଦକ୍ଷିଣ ଓଡିଶାର ମାଲକାନଗିରି ଜିଲ୍ଲା ପରିଷଦ ଭବନ ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ଅଙ୍ଗନବାଡି କର୍ମୀଙ୍କୁ ନେଇ ଏକ ଆଲୋଚନା ସଭାର ଆୟୋଜନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଅଲ୍ ଓଡିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ସାମ୍ମୁଖ୍ୟ ଅନୁବନ୍ଧିତ ବିଜୁ ଶ୍ରମିକ ସାମ୍ମୁଖ୍ୟ ସଂଘର ରାଜ୍ୟ ସଭାନେତ୍ରୀ ନନ୍ଦିନୀ ପଣ୍ଡା ଯୋଗ ଦେବା ସହ ଏଥିରେ ମୁଖ୍ୟ ଅତିଥି ଭାବେ ସାଂସଦ ରମେଶ ଚନ୍ଦ୍ର ମାଝୀ ଏବଂ ଅନ୍ୟତମ ଅତିଥି ଭାବେ ବିଧାୟକ ଚିତ୍ରକୋଣ୍ଡା, ତଥା ଜିଲ୍ଲା ସଭାପତି ପୂର୍ଣ୍ଣ ଚନ୍ଦ୍ର ବାକା, ପୂର୍ବତନ ବିଧାୟକ ମାନସ ମାଡକାମୀ, ଜିଲ୍ଲା ପରିଷଦ ଅଧକ୍ଷ୍ୟ ସମାରୀ ତାଙ୍ଗୁଲଙ୍କ ସମେତ ଏହି ସଭାର ପରିଚାଳନା ଓ ଆୟୋଜନକାରୀ ବରିଷ୍ଠ ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା କରିଥିଲେ । ଅନ୍ୟମାଙ୍କ ମଧ୍ୟରେ ରାଜ୍ୟ ବିଜୁ ସାମ୍ମୁଖ୍ୟ ସଂଘର ରାୟଗଡା ଜିଲ୍ଲା ସଭାପତି ତଥା ଅବିଭକ୍ତ କାେରାପୁଟ ଜୋନାଲ ସଭାପତି ନିରଞ୍ଜନ ପାତ୍ର ଓ କୋରାପୁଟ ଜୋନାଲ ଅଙ୍ଗନୱାଡ଼ି ସଂଘ ସଭାନେତ୍ରୀ ଝୁନୁ ମହାନ୍ତି ଅତିଥି ଭାବେ ଯୋଗ ଦେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଆଗାମି ଦିନରେ ରହିଥିବା ଵିଭିନ୍ନ ସମସ୍ୟାକୁ ଏହି ରାଜ୍ୟ ଅଙ୍ଗନବାଡି ସଂଘ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରାଇବେ ବୋଲି ନିଷ୍ପତ୍ତି ନିଆଯାଇଥିବା ବେଳେ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଭିଡ଼ିଓ କଲ ମାଧ୍ୟମରେ ଯୋଡି ହୋଇ ଅଙ୍ଗନୱାଡି କର୍ମୀମାନଙ୍କ ସହିତ ତାଙ୍କ ସମସ୍ୟା ସମ୍ପର୍କରେ କଥା ହୋଇଥିଲେ । ସାଂସଦ ରମେଶ ଚନ୍ଦ୍ର ମାଝୀ ତାଙ୍କ ଅଭିଭାଷଣରେ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନେ କରୋନା ସମୟରେ ତୁଲାଇଥିବା ଦାୟିତ୍ଵକୁ ଉଚ୍ଚ ପ୍ରଶଂସା କରିବା ସହିତ ମିନି ଅଙ୍ଗନୱାଡ଼ି କର୍ମୀଙ୍କ କଥା ଆଗାମୀ ଦିନରେ ପାର୍ଲିଆମେଣ୍ଟରେ ଉପସ୍ଥାପନ କରିବେ ବୋଲି କହିଥିଲେ । ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା ଓ ପୂର୍ବତନ ବିଧାୟକ ମାନସ ବାଡକାମି ତାଙ୍କ ଅଭିଭାଷଣରେ ଅଙ୍ଗନୱାଡ଼ି କର୍ମୀ ମାନଙ୍କର କାମକୁ ନେଇ ଦରମା ବୃଦ୍ଧିର ଆବଶ୍ୟକ ରହିଛି ବୋଲି ନିଜ ମତବ୍ୟକ୍ତ କରିବା ସହିତ ସେମାନଙ୍କ ସହିତ ସୁଖ ଦୁଃଖରେ ସବୁବେଳେ ରହିବେ ବୋଲି କହିଥିଲେ । ସଭାନେତ୍ରୀ ନନ୍ଦିନୀ ପଣ୍ଡା କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରି କହିଥିଲେ ଶିଶୁ ବିକାଶ ଯୋଜନା ସମ୍ପୂର୍ଣ୍ଣ କେନ୍ଦ୍ରୀୟ ଯୋଜନା ହୋଇଥିଲା ବେଳେ କେନ୍ଦ୍ର ସରକାର ଭତ୍ତାକୁ ୬୦ ଓ ୪୦ ପ୍ରତିଶତ କରିବା ସହିତ ସର୍ବଦା ବଜେଟରେ କମ୍ ଟଙ୍କା ପ୍ରଦାନ କରିବା ସହିତ ୨୦୧୯ ରେ ନିର୍ବାଚନୀ ପ୍ରତିଶ୍ରୁତି ୧୫ହଜାର ଟଙ୍କା ଦରମା ବୃଦ୍ଧି ପ୍ରସଙ୍ଗକୁ କଡ଼ା ନିନ୍ଦା କରିଥିଲେ ଓ ଆଗାମୀ ଦିନରେ ଅଙ୍ଗନୱାଡ଼ିକର୍ମୀ ମାନେ ମଧ୍ୟ କେନ୍ଦ୍ର ସରକାରଙ୍କୁ ଏହାର ଉଚିତ୍ ଜବାବ୍ ଦେବେ ବୋଲି ତାଙ୍କ ଅଭିଭାଷଣରେ କହିଥିଲେ । ଦରମା ବୃଦ୍ଧି ଓ ଏସଏନପିର ମୂଲ୍ୟ ବୃଦ୍ଧି, ପୋଷଣ କାମକୁ ଅଧିକ ପାରିଶ୍ରମିକ ଦାବି ପ୍ରସଙ୍ଗ ଆଗକୁ ଜୋରଦାର କରାଯିବା ସହିତ ରାଜ୍ୟ ସରକାରଙ୍କ ଦ୍ଵାରା ପୂରଣ ହୋଇଥିବା ଦାବୀ ଗୁଡ଼ିକ ସମ୍ପର୍କରେ ସମସ୍ତଙ୍କୁ ସୂଚନା ଦେଇଥିଲେ । ବିଜୁ ସାମୁଖ୍ୟ ସଂଘ ସଦସ୍ୟତା ଓ ବ୍ଳକ, ଜିଲ୍ଲା ସଂଘର କର୍ମକର୍ତ୍ତା ଚୟନର ଆବଶ୍ୟକତା ଓ ଉପକରିତା ଉପରେ ନିରଞ୍ଜନ ପାତ୍ର ଓ ଝୁନୁ ମହାନ୍ତି ବୁଝାଇ ଥିଲେ ଏବଂ ବ୍ଳକ ଓ ଜିଲ୍ଲା ସ୍ତରୀୟ ସଂଘରେ ବହୁ ବରିଷ୍ଠ ଅଙ୍ଗନୱାଡି କର୍ମୀଙ୍କୁ ନେଇ କର୍ମକର୍ତ୍ତା ଚୟନ ହୋଇଯାଇଛି ।

Udyog Nursery
Udyogi Nursery

ଉକ୍ତ ସଭାରେ କୋରାପୁଟ ଜୋନାଲ ମହିଳା କାର୍ଯ୍ୟକାରୀ ସଭାନେତ୍ରୀ ସୁକାନ୍ତି ବୁରୁଦା, ଜିଲ୍ଲା ଯୁବ ଜନତା ଦଳ ସଭାପତି ଆଡ଼ମା ରାବା, ଜିଲ୍ଲା ମହିଳା ଜନତା ଦଳ ସଭାନେତ୍ରୀ ଲଷ୍ମୀପ୍ରିୟା ନାୟକ, ଜିଲ୍ଲା ପରିଷଦ ଉପ ଅଧ୍ୟକ୍ଷ ପତିତପାବନ ବୈଦ୍ୟ ସଂମାନନିୟ ଅତିଥି ଭାବେ ଯୋଗଦେଇ ସଭାରେ ଉଦବୋଧନ ଦେଇଥିଲେ ଓ ଅନ୍ୟ ବରିଷ୍ଟ କର୍ମକର୍ତ୍ତାଙ୍କ ମଧ୍ୟରୁ ମାଲକାନଗିରି ବ୍ଲକ ଅଧ୍ୟକ୍ଷା ଗୌରୀ ପଡ଼ିଆମୀ, ଚିତ୍ରକୋଣ୍ଡା ବ୍ଳକ ଅଧ୍ୟକ୍ଷା ରାଜେଶ୍ୱରୀ ଖିଲ, ଜିଲ୍ଲା ପରିଷଦ ସଭ୍ୟ, ଓ ସଭ୍ୟା ସସ୍ମିତା ମାଝୀ, ହୀରଣ୍ୟ ମୁଦୁଲି, ବଳି ମାଝୀ, କୁନି ଭୁମିଆ, ବିଜୟଲକ୍ଷ୍ମୀ ପଡ଼ିଆମୀ, ସୁରଭି ବୌମିକ, ଭେଙ୍କେଟେଶ୍ୱର ପାପୁଲ, ଏବଂ ଜିଲ୍ଲା ବିଜେଡିର ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏଥିରେ ଅତିଥି ମାନେ ଅଙ୍ଗନୱାଡି କର୍ମୀଙ୍କ ବିଭିନ୍ନ ଆର୍ଥିକ ସାହାଯ୍ୟ ଓ ଅଗାମୀ ଦିନରେ ରହିଥିବା ବିଭିନ୍ନ ସମସ୍ୟାକୁ ବିଧାୟକ ଓ ସାଂସଦ ସମାଧାନ କରିବା ନିମନ୍ତେ ପ୍ରତିଶୃତି ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.