ଏଲ୍ଆଇସି ପକ୍ଷରୁ କିକିଆ ହାଇସ୍କୁଲର ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ୱର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରତିବର୍ଷ ଭାରତୀୟ ଜୀବନ ବୀମା ନିଗମ ପକ୍ଷରୁ ଟ୍ରଫି ସହ ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ଡିଭିଜନର ଭବାନୀପାଟଣା ଶାଖା ପକ୍ଷରୁ ଚଳିତ ବର୍ଷ ୫ ଗୋଟି ହାଇସ୍କୁଲର ଛାତ୍ରଛାତ୍ରୀଙ୍କୁ ସମ୍ୱର୍ଦ୍ଧନା ଦିଆଯାଇଛି । ଏଲ୍ଆଇସି ଭବାନୀପାଟଣା ଶାଖା ଅଧିନସ୍ଥ କେସିଙ୍ଗା ସାଟେଲାଇଟ କାର୍ଯ୍ୟାଳୟ ପକ୍ଷରୁ କିକିଆ ସ୍ଥିତ ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟର ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ ବିଦ୍ୟାଳୟର ୫ ଜଣ ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି ସହ ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ଚଳିତ ବର୍ଷ ବିଦ୍ୟାଳୟ ରେ ଅଧ୍ୟୟନ କରୁଥିବା ଷଷ୍ଠ ଶ୍ରେଣୀର ପ୍ରତିକ ପଧାନ, ସପ୍ତମ ଶ୍ରେଣୀର ଜିତୁ କଟା, ଅଷ୍ଟମ ଶ୍ରେଣୀର ଅଙ୍କିତା ପଧାନ, ନବମ ଶ୍ରେଣୀର ଖିରୋଦିନି ରାଉତ ଓ ଦଶମ ଶ୍ରେଣୀର ବେଦପ୍ରକାଶ ତାଣ୍ଡିଙ୍କୁ ଶ୍ରେଷ୍ଠ ଛାତ୍ରଛାତ୍ରୀ ଭାବେ ମନୋନୀତ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କେସିଙ୍ଗା ସାଟେଲାଇଟ ଶାଖା ପ୍ରବନ୍ଧକ ଶିବରାମ ପ୍ରଧାନ ଯୋଗଦାନ କରି ଏଲଆଇସି ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିବା ଉଦ୍ଦେଶ୍ୟ ଉପରେ କହିବା ସହ ଏଲଆଇସି ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଥିରେ ଶିକ୍ଷାବିତ ତଥା ବିଦ୍ୟାଳୟ ପରିଚାଳନା କମିଟି ସଭାପତି କେଶବ ଚନ୍ଦ୍ର ବାରିକ, ସରପଞ୍ଚ କିଶୋର ପଧାନ, ବରିଷ୍ଠ ସାମ୍ବାଦିକ ଗଜିନ୍ଦ୍ର ସାହୁ, ବରିଷ୍ଠ ଅଭିକର୍ତ୍ତା ରୋହିତ କୁମାର ସାହୁ, ସହ ଶିକ୍ଷକ ବିପିନ ଚନ୍ଦ୍ର ପଧାନ, ଅଶ୍ବିନୀ କୁମାର ପଧାନ ପ୍ରମୁଖ ମଞ୍ଚାସୀନ ରହିଥିଲେ । ଅଭିକର୍ତ୍ତା ବ୍ୟାସଦେବ ବାରିକ ସମ୍ବର୍ଦ୍ଧନା ସଭାକୁ ପରିଚାଳନା କରିଥିବା ବେଳେ ଶେଷରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି କେଶବ ଚନ୍ଦ୍ର ବାରିକ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ । ଏଥିରେ ବିଦ୍ୟାଳୟର ସହ ଶିକ୍ଷକ ନୃସିଂହ ପ୍ରସାଦ ଯୋଶୀ, ଟିକେଶ୍ବର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.