ଗୋ ସୁରକ୍ଷା ଓ ଗୋ ଆଧାରିତ ଜୀବିକା ଉପରେ ତାଲିମ କାର୍ଯ୍ୟକ୍ରମ

ଓଡିଆ ବାର୍ତ୍ତା / ବୌଦ୍ଧ: ମିଶନ ଶକ୍ତି ସହାୟତାରେ ଓ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଦେଶୀ ଗୋମାତା ମାନଙ୍କୁ ସୁରକ୍ଷା ସହିତ ଗୋଆଧାରିତ ଜୀବିକା ଉପରେ ତାଲିମ ଶିବିର ବୌଦ୍ଧ ଏନଏସି ବନ୍ୟା ଆଶ୍ରୟ ସ୍ଥଳୀ ଠାରେ ଅନୁଷ୍ଠିତ ହୋଇଯାଇଛି ‌।ମଥୁରା ପଞ୍ଚାୟତର ଦନ୍ତାପଳି ସ୍ଥିତ ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ଆୟୋଜନରେ, ଗ୍ରାମ୍ୟ ବିକାଶ ପରିଷଦ, ଶ୍ରୀ ଗୋବିଜ୍ଞ ଫାଉଣ୍ଡେସନ, ଓଡ଼ିଶା ଗୋସେବା ସମିତି, ଭୂମିଶ୍ରି କୃଷକ ଉତ୍ପାଦକ କମ୍ପାନୀ, ସାଲୁଙ୍କି କୃଷକ ଉତ୍ପାଦକ କମ୍ପାନୀ, ବାଣିଶ୍ରୀ କୃଷକ ଉତ୍ପାଦକ କମ୍ପାନୀ ଆଦି ଜିଲ୍ଲାର ସାମାଜିକ ଅନୁଷ୍ଠାନ ମାନଙ୍କ ମିଳିତ ଉଦ୍ୟମରେ ଏହି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମିଶନ ଶକ୍ତି ଜିଲ୍ଲା ସଂଯୋଜକ ଦେବଦତ୍ତ ମିଶ୍ର ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଗୋ ସୁରକ୍ଷା ଓ ଗୋ ଆଧାରିତ କୁଟୀର ଶିଳ୍ପ ମାଧ୍ୟମରେ ଅର୍ଥନୀତି ଅଭିବୃଦ୍ଧି ହୋଇ ସ୍ବାବଲମ୍ବୀ ହେଇ ପାରିବେ ବୋଲି କହିଥିଲେ ମୁଖ୍ୟ ଅତିଥି ଶ୍ରୀ ମିଶ୍ର । ଅନ୍ୟତମ ଅତିଥି ଭାବେ ଏନଏସି ନିର୍ବାହୀ ଅଧିକାରୀ ଇଂ ମନୋରଞ୍ଜନ ପଣ୍ଡା, ମିଶନ ଶକ୍ତି ଅଧିକାରୀ ଓ କର୍ମଚାରୀ ଏସ.ରହମାନ, ସୂପର୍ଣା ମହାନ୍ତି, ପବନ କୁମାର ପଳେଇ, ମନୋରଞ୍ଜନ ପାଲ ଓ ପୁଷ୍ପାଞ୍ଜଳି ଦାସ ପ୍ରମୁଖ ଉପସ୍ଥିତ ରହି ଅଂଶ ଗ୍ରହଣ କରିଥିବା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାହେଶ୍ୱରୀ ଗୋଶାଳା ଉପାଧକ୍ଷ କବିରାଜ ହୃଷୀକେଶ ଖେତୀ ଓ ମର୍ଜାକୁଦ ପୂର୍ବ କାଉନସିଲର ତରଣୀ ସେନ ମାଝି ଉପସ୍ଥିତ ଥିଲେ । କମ୍ ଦିନ ମଧ୍ୟରେ ଏନଏସି ଅଞ୍ଚଳରେ ମିଶନ ଶକ୍ତି ବଜାର ଖୋଲିବା ସହିତ ମହିଳା ମାନଙ୍କ ଉତ୍ପାଦିତ ଦ୍ରବ୍ୟକୁ ବିକ୍ରିବଟା କରିବାକୁ ଉପସ୍ଥିତ ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟ ପ୍ରଶିକ୍ଷକ ଭାବେ ସୁନ୍ଦରଗଡ଼ର ବିଶିଷ୍ଟ ଗୋ ସେବିକା ତାରାକାନ୍ତ ପଟେଲ ଯୋଗଦେଇ ଗୋବରରୁ ଦୀପ, ଧୂପ ଫୁଲ କୁଣ୍ଡ, ଗୋମୁତ୍ରରୁ ନିମାଇଲ, ଅର୍କ, କୀଟନାଶକ ଇତ୍ୟାଦି ପ୍ରସ୍ତୁତ ପ୍ରଣାଳୀ ଉପରେ ତାଲିମ ପ୍ରଦାନ କରିଥିଲେ । ଉକ୍ତ ତାଲିମ ଶିବିରରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୧୦ ଜଣ ମହିଳା ଯୋଗ ଦେଇ ତାଲିମ ନେଇଥିଲେ । ଗ୍ରାମ୍ୟ ବିକାଶ ପରିଷଦ ତଥା ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ସମ୍ପାଦକ କୃତ୍ତିବାସ ପଲିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.