ସିନାପାଲିରେ ‘ରେଡ଼ିଓ ସ୍ୱର ସଙ୍ଗମ’ର ଶୁଭାରମ୍ଭ

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡ଼ା ଜିଲ୍ଲା ସିନାପାଲି ସହରର ସ୍ୱର ସ୍ୱଙ୍ଗମ କଳା ପରିଷଦ ପରିସରରେ ରବିବାର କମୁନିଟି ରେଡ଼ିଓ “ସ୍ୱର ସଙ୍ଗମ”ର ଶୁଭାରମ୍ଭ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ବୈଶମ୍ପାୟନ ମେହେର, ଅବସରପ୍ରାପ୍ତ ପ୍ରଶାସନୀକ ଅଧିକାରୀ ହୃଦାନନ୍ଦ ମାଝୀ, ଯୁବ ରାଜନୈତିଜ୍ଞ ସୁବ୍ରତ କୁମାର ଠାକୁର, ପୂର୍ଣ୍ଣଚଦ୍ର ମେହେର, ଆନନ୍ଦ ମେହେର, ତୁଳସୀରାମ ମେହେର ପ୍ରମୁଖ ଯୋଗଦାନ କରି ବାପୁଜୀ ମହାତ୍ମା ଗାନ୍ଧୀ ଏବଂ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ମାଲ୍ଯାର୍ପଣ କରିବା ପରେ କମୁନିଟି ରେଡ଼ିଓର ଶୁଭାରମ୍ଭ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଅନ୍ଯମାନଙ୍କ ମଧ୍ଯରେ କଳା ପରିଷଦର ସଭାପତି ତ୍ରୀନାଥ ମେହେର, ଉପସଭାପତି ନବୀନ ଚଦ୍ର ମେହେର, ସଂପାଦକ ବୈଷ୍ଣବ ମେହେର, ରୂପେଶ ଚନ୍ଦ୍ର ମେହେର, ତରୁଣ କୁମାର ମେହେର, ଋଷଭ ମେହେର, ପ୍ରକାଶ ଚନ୍ଦ୍ର ପାତ୍ର, ଜଗନ୍ନାଥ ସାଗର, ଲୋଚନ ମେହେର, ଝସକେତନ ରଣା, ନୀରୁପମା ମେହେର, ଆକାଂକ୍ଷା ତାଣ୍ତି, ଭୂମୀସୂତା ନାଏକ, ଦେବରାଜ ମେହେର, ପିଙ୍କୁ ନାଏକ ପ୍ରମୁଖଙ୍କ ସହ କଳା ପରିଷଦର ସଭ୍ଯସଭ୍ଯା ଉପସ୍ଥିତ ରହି ସହଯୋଗ କରିଥିଲେ । ରେଡ଼ିଓ କାର୍ଯ୍ଯକ୍ରମ ମାଧ୍ଯମରେ ସାଧାରଣ ଲୋକଙ୍କୁ ସଚେତନ କରିବା ସହ ଅଂଚଳର ଶିକ୍ଷା, ସ୍ବାସ୍ଥ୍ଯ, କୃଷି, କଳା ସାହିତ୍ଯ ଆଦି କ୍ଷେତ୍ରରେ ବିକାଶ ଘଟାଇବା ମୁଖ୍ଯ ଉଦ୍ଦେଶ୍ଯ ବୋଲି ଏ ଅବସରରେ ମତ ପ୍ରକାଶ ପାଇଥିଲା । ପ୍ରଦ୍ଯୁମ୍ନ କୁମାର ସିଂହ ଚିନ୍ଦା ରେଡ଼ିଓ ସ୍ୱର ସଙ୍ଗମର ଲକ୍ଷ୍ଯ ଉପସ୍ଥାପନ ସହ ଶେଷରେ ଧନ୍ଯବାଦ ଦେଇଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.