ମାଁ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା-୨୦୨୨: ଭକ୍ତଜନଙ୍କୁ ଦର୍ଶନ ଦେଲେ କଳାହାଣ୍ଡିର ଇଷ୍ଟଦେବୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡିର ଇଷ୍ଟଦେବୀ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ଭବାନୀପାଟଣା ସହରରେ ପ୍ରବଳ ଜନସମାଗମ ହୋଇଛି । ଆଜି ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି ମାଁ ମାଣିକେଶ୍ଵରୀ । ଘୁମୁରା, ଘଣ୍ଟ, ଗଣାବଜା ଓ ବିଭିନ୍ନ ବାଦ୍ୟନାଦରେ ପ୍ରକମ୍ପିତ ହୋଇ ଉଠିଛି ଗଗନ ପବନ । ବର୍ଷକୁଥରେ ମାଁ ମାଣିକେଶ୍ବରୀ ଛତର ବିଜୟ ଯାତ୍ରା ମାଧ୍ୟମରେ ଶ୍ରଦ୍ଧାଳୁ ଓ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଦେବୀଙ୍କ ପ୍ରତିକ ଛତରକୁ ଦର୍ଶନ କରିବାକୁ ଛୁଟିଥାଏ ଜନ ସମୁଦ୍ର ‌।

Omkar Vasthu
Omkar Vasthu


ଦୁଇ ବର୍ଷର କରୋନା କଟକଣା ପରେ ଏବର୍ଷ ଯାତ୍ରାକୁ ନେଇ କଳାହାଣ୍ଡିବାସୀ ତଥା ସାରା ରାଜ୍ୟର ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି । ମାନସୀକ ଧାରିମାନେ ଦେବୀଙ୍କ ଉଦ୍ଦେଶ୍ୟରେ ବଳି ଅର୍ପଣ କରିଛନ୍ତି । ରକ୍ତ ରଞ୍ଜିତ ହୋଇ ଉଠିଛି ରାଜପଥ । କଳାହାଣ୍ଡି ଜନମାନସର ଆରାଧ୍ୟ ଦେବୀ ମାଣିକେଶ୍ଵରୀଙ୍କୁ ଭକ୍ତି ନୈବେଦ୍ୟ ଅର୍ପଣ କରୁଛନ୍ତି ଜନତା ।

Pearl dental clinic
Near Ashish Medical Store, Bhawanipatna


ଭବାନୀପାଟଣା ସ୍ଥିତ ରାଜବାଟିରେ ମାଁ ମାଣିକେଶ୍ବରୀଙ୍କ ଏକ ଭବ୍ୟ ମନ୍ଦିର ରହିଛି । ଶାରଦୀୟ ପାର୍ବଣର ଅଷ୍ଟମୀ ନିଶାର୍ଦ୍ଧରେ ଦେବୀ ଜେନାଖାଲକୁ ଯାଇଥାନ୍ତି, ସେଠାରେ ଗୁପ୍ତପୂଜା ବିଧି ସଂପନ୍ନ ହେବାପରେ ପ୍ରାତ କାଳରେ ସେଠାରୁ ନିଜ ମନ୍ଦିରକୁ ପ୍ରତ୍ୟାଗମନ କରନ୍ତି । ମାଁଙ୍କ ଦର୍ଶନ ନିମିତ୍ତ ରାସ୍ତାର ଦୁଇପାର୍ଶ୍ବରେ ହଜାର ହଜାର ଜନତା ଚାତକ ପରି ଅପେକ୍ଷା କରି ରହିଥାନ୍ତି ।

Udyog Nursery
Udyogi Nursery


ମାଣିକେଶ୍ବରୀଙ୍କ ଛତର ଯାତ୍ରାର ସାଂସ୍କୃତିକ ବିଭବ ଏହାର ଗାରିମାକୁ ଅଧିକ ରୁଦ୍ଧିମନ୍ତ କରି ଗଢି ତୋଳିଥାଏ । ବିଭିନ୍ନ ବେଷ ପୋଷାକରେ ତଥା ବିଚିତ୍ର ଭଙ୍ଗିରେ ସଜ୍ଜିତ ହୋଇ କଳାକାର ମାନେ ଦର୍ଶକଙ୍କ ଚିତ୍ତ ହରଣ କରିବାରେ ସକ୍ଷମ ହୋଇଥାନ୍ତି ।

ମାଁଙ୍କ ଯାତ୍ରା ବିନା ବାଧାବିଘ୍ନରେ କିପରି ସଂପନ୍ନ ହେବ ସେଥିପାଇଁ କଳାହାଣ୍ଡି ଆରକ୍ଷ ଅଧିକ୍ଷକଙ୍କ ପ୍ରତ୍ୟକ୍ଷ୍ୟ ତତ୍ତ୍ବାବଧାନରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଶାନ୍ତି ଶୃଙ୍ଖଳାର ସହ ଚାଲିଛି ମାଁ ମାଣିକେଶ୍ଵରୀଙ୍କ ଛତର ଯାତ୍ରା । ଭକ୍ତ ଓ ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଭାବେ ଛତର ଯାତ୍ରାର ସାମିଲ ହୋଇ ମାଁ ମାଣିକେଶ୍ବରୀଙ୍କ ଆଶିଷ ଲାଭ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.