ହଜାର ହଜାର ଲୋକଙ୍କର ସାଂସ୍କୃତିକ ସଭାକୁ ସମ୍ବୋଧିତ କଲେ ଡ଼. ଭବାନୀ ଶଙ୍କର ନିଆଲ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଲକ ଅନ୍ତର୍ଗତ ସେଁପୁର ଠାରେ ମହାସମାରୋହରେ ପାଳିତ ହୋଇଯାଇଛି ଦେବୀ ଦୁର୍ଗାଙ୍କ ଶାରଦୀୟ ପାର୍ବଣ । ଏହି ଅବସରରେ ସାର୍ବଜନୀନ ଦୁର୍ଗାପୂଜା କମିଟି ସେଁପୁର ପକ୍ଷରୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାଜେଶ ପ୍ରସାଦ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ସମାରୋହରେ ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଡ଼. ଭବାନୀ ଶଙ୍କର ନିଆଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାଁ ଜଗତ ଜନନୀ ଦୁର୍ଗାଙ୍କୁ ଦର୍ଶନ କରିବା ସହ ସମବେତ ହଜାର ହଜାର ଜନତାଙ୍କୁ ସମ୍ବୋଧିତ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେଁପୁର ସାର୍ବଜନୀନ ଦୁର୍ଗାପୂଜା କମିଟିର ୪୫ତମ ବର୍ଷ ପୂର୍ତ୍ତି ଅବସରରେ ଅଭିନନ୍ଦନ ଜଣାଇ ୨୦୨୭ରେ ସୁବର୍ଣ୍ଣ ଜୟନ୍ତୀ ବହୁ ଧୁମଧାମରେ ପାଳନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ଡ଼. ନିଆଲ । ଏହି କାର୍ଯ୍ୟକ୍ରମରେ ଓଡିଶାର କଳାହାଣ୍ଡି, ନୂଆପଡା ଓ ରାୟଗଡାର କଳାକାର ମାନେ ଆସି ସେମାନଙ୍କର ନୃତ୍ୟ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉକ୍ତ କମିଟିର ଉପଦେଷ୍ଟା ପ୍ରଫୁଲ୍ଲ କୁମାର ପ୍ରଧାନ, ଭିକାରି ଚରଣ ସାହୁ, ଯୋଗୀରାମ ବାଗ, ସୁଧୀର ନାଏକ, ତାପସ ପ୍ରଧାନ, ପୂଜା ମିଶ୍ର, ତରଣୀ ସେନ ଯାନୀ, ନନ୍ଦ କିଶୋର ମଲ୍ଲିକଙ୍କ ସମେତ ଅଞ୍ଚଳବାସୀ ଉପସ୍ଥିତ ଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.