କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭୀ-୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରିଷିଡା ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ବ୍ଲକ ଶିକ୍ଷାଅଧିକାରୀ ସହଦେବ ସୁନା ମୁଖ୍ୟବକ୍ତା, ନାଏବ ସରପଞ୍ଚ ନରେଶ କୁମାର ଦାସ, ସିଆରସିସି ଅନ୍ତର୍ଯ୍ୟାମୀ ମଲ୍ଲିକ, ବାପୁଜି ବିଦ୍ୟାଳୟ ରିଷିଡାର ପ୍ରଧାନ ଶିକ୍ଷକ ସାଗର ରଣା, ସରକାରୀ ଉଚ୍ଚ ବିଦ୍ୟାଳୟ ରିଷିଡା ପ୍ରଧାନ ଶିକ୍ଷୟତ୍ରୀ ପ୍ରିୟତ୍ତମା ଜେନା, ଝାରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସତୃଘନ ହରିଜନ, ବ୍ରାହ୍ମଣୀମୁଣ୍ଡା ପ୍ରଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଫକିର ମାଝୀ ପ୍ରମୁଖ ଯୋଗଦେଇ ଦେଇ ଛାତ୍ରଛାତ୍ରୀ ମାନଙ୍କ ପାଇଁ ପ୍ରବନ୍ଧ, ଚିତ୍ରାଙ୍କନ, କୁଇଜ, ସଂଗୀତ, ଗୃପ ନୃତ୍ୟ ପ୍ରତିଯୋଗିତା କରି କୃତି ଛାତ୍ତଛାତ୍ରୀମାନଙ୍କୁ ପୁରଷ୍କାର ବିତରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ସୁରଜିତ ରଣା, ରାକେଶ କୁମାର, କୁମାର ତରୁଣ ଗହିର, ଦଣ୍ଡପାଣି ନାଏକ ଓ ଶିକ୍ଷୟତ୍ରୀ ଜୟନ୍ତି ପଣ୍ଡା ଅହଲ୍ୟା ରଣା, ବିନ୍ଦୁଲତା ସୁନା ପ୍ରମୁଖ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.