ପୂର୍ବତନ ସରପଞ୍ଚ ଦୀଗାମ୍ବର ପାତ୍ରଙ୍କ ଦେହାନ୍ତ, ଅଞ୍ଚଳରେ ଶୋକର ଛାୟା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଘଣ୍ଟମାଳ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ସମିତି ସଦସ୍ୟ, ବିଶିଷ୍ଟ ଚାଷୀ ଦୀଗାମ୍ବର ପାତ୍ରଙ୍କ ଆଜି ଶନିବାର ସକାଳ ୮.୩୬ ସମୟରେ ଦେହାନ୍ତ ହୋଇ ଯାଇଛି । ସେ ଜଣେ ମିଷ୍ଟଭାଷୀ, ସ୍ନେହି, ଜନପ୍ରୀୟ ନେତା ଥିଲେ । ୧୧/୧/୧୯୨୬ ରେ ଜନ୍ମିତ ସ୍ବର୍ଗତ ପାତ୍ରଙ୍କୁ ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲା । କେସପଲା ଗ୍ରାମର ଚାଷୀ ପରିବାରେ ଜନ୍ମିତ ସ୍ୱର୍ଗତ ପାତ୍ର ଘଣ୍ଟମାଳ ଗ୍ରାମ ପଞ୍ଚାୟତର ଥରେ ସରପଞ୍ଚ ଓ ଥରେ ସମିତି ସଦସ୍ୟ ଭାବରେ କାର୍ଯ୍ୟ କରି ବେଶ ସୁନାମ ଅର୍ଜନ କରିପାରିଥିଲେ । ତାଙ୍କର ଦୁଇଜଣ ପୁଅ ଓ ଜଣେ ଝିଅ । ଜଣେ ଉତ୍ତମ ଚାଷୀ ଭାବରେ ମଧ୍ୟ ସ୍ୱର୍ଗତ ପାତ୍ର ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ଗରୀବ, ନିସହାୟ ମାନଙ୍କ ପ୍ରତି ସବୁବେଳେ ତାଙ୍କ ମନରେ ଦୟା ରହୁଥିଲା । ସେ ଗରୀବ ମାନଙ୍କୁ ସବୁ ସମୟରେ ସାହାଯ୍ୟ ସହଯୋଗ ର ହାତ ବଢାଉଥିଲେ ।

Omkar Vasthu
Omkar Vasthu

ସେ ଦୀର୍ଘ ଦିନରୁ ରୋଗଗ୍ରସ୍ତ ହୋଇ ପଡି ଶଯ୍ୟାଶାୟୀ ଥିଲେ । ମୃତ୍ୟୁ ସମୟରେ ତାଙ୍କ ଶଯ୍ୟା ନିକଟରେ ତାଙ୍କର ଦୁଇ ପୁଅ ଗୌତମ ପାତ୍ର, ପ୍ରଭାକର ପାତ୍ର, ପରିବାର ସଦସ୍ୟ ମାଣିକ, ରୋହିତ ଓ ପିତାମ୍ବର ପାତ୍ର, ଦୁଇ ବୋହୁ, ନାତି ନାତୁଣୀ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳି ଯାଇଥିବା ବେଳେ ନର୍ଲା ବ୍ଲକ୍ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ସିପିଆଇ(ଏମଏଲ୍) ତଥା ନାରୀ ଜାଗରଣ ସମିତି ଜିଲ୍ଲା ସମ୍ପାଦକ କେଶବ ଚନ୍ଦ୍ର ପଧାନ, କଳାହାଣ୍ଡି ସାଂସଦଙ୍କ ନର୍ଲା ପ୍ରତିନିଧି ପ୍ରଦୀପ କୁମାର ନାଏକ, ନର୍ଲା ବ୍ଲକ କଂଗ୍ରେସ ସଭାପତି ସମୀର ଚାନ୍ଦ, ସର୍ଗିଗୁଡାର ପୂର୍ବତନ ସରପଞ୍ଚ ହମେଶ କୁମାର ଜୈନ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.