ନିଶାଣପୁର ଠାରେ କ୍ଲଷ୍ଟର ସ୍ତରୀୟ “ସୁରଭି-୨୦୨୨” କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ପରବାଙ୍ଗୀ କ୍ଲଷ୍ଟରର କ୍ଲଷ୍ଟର ସ୍ତରୀୟ ଶିଶୁ ମାନଙ୍କ କାର୍ଯ୍ୟକ୍ରମ “ସୁରଭି- ୨୦୨୨” ନିଶାଣପୁର ୟୁପି ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ ଯୋଗଦାନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବରେ ନିଶାଣପୁର ସରପଞ୍ଚ କୌଶଲ୍ୟା କରୁଆଁ ଯୋଗଦାନ କରିଥିଲେ । ପରବାଙ୍ଗୀ ସିଆରସିସି ନବୀଲ ବେମାଲଙ୍କ ଅଧ୍ୟକ୍ଷତାରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ନିଶାଣପୁର ୟୁପି ସ୍କୁଲର ପ୍ରାଧାନ ଶିକ୍ଷକ ଋତୁରାଜ ରଣା ସୁରଭି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଉଲିକୁପା ୟୁଜିଏସର ଅନୀଲ ପଧାନ ଓ ହାଇସ୍କୁଲ ଶିକ୍ଷକ ବିରେନ୍ଦ୍ର ପଧାନ ମଞ୍ଚ ପରିଚାଳନା କରିଥିଲେ । ଆୟୋଜକ ନିଶାଣପୁର ୟୁପିସ୍କୁଲର ପ୍ରଧାନ ଶିକ୍ଷକ ଋରୁରାଜ ରଣା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ବିକ୍ରମ ମହାପାତ୍ର, ଜିତେନ୍ଦ୍ରୀୟ ସାହୁ, ଜିତେନ୍ଦ୍ରୀୟ ବିଶ୍ୱାଳ, ନାଥୁରାମ ମାଝୀ, ନବୀନ ରଣାଙ୍କ ସମେତ ପରବାଙ୍ଗୀ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

“ସୁରଭି” କାର୍ଯ୍ୟକ୍ରମ ସକାଳ ୧୦ ଘଣ୍ଟାରୁ ଆରମ୍ଭ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ବର୍ଗରେ ଚିତ୍ରାଙ୍କନ, ବକ୍ତୃତା, ବିତର୍କ, ହସ୍ତାକ୍ଷର ଲିଖନ, ସୃଜନଶୀଳ ଲିଖନ, ସାଧାରଣ ଜ୍ଞାନ ପ୍ରତିଯୋଗୀତା, ପ୍ରବନ୍ଧ ଲିଖନ, ଗୀତ ତଥା ଦଳଗତ ସଙ୍ଗୀତ ଗାନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମର ଦ୍ୱିତୀୟାର୍ଦ୍ଧରେ ଅତିଥି ମାନଙ୍କ ଦ୍ୱାରା କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରା ଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ପ୍ରଧାନ ଶିକ୍ଷକ ଶ୍ରୀ ରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.