୫୭ତମ ଜନ୍ମ ତିଥିରେ ୧୦ ଜଣ ଉତ୍ତମ ଗ୍ରାହକଙ୍କୁ ସମ୍ବର୍ଦ୍ଧନା
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ଏକ ମାତ୍ର ରନ୍ଧନ ଗ୍ୟାସ ଯୋଗାଣକାରୀ ସଂସ୍ଥା ଅଭିଷେକ ଇଣ୍ଡେନ ଗ୍ରାମୀଣ ବିତରକ । ଆଜି ଅଭିଷେକ ଇଣ୍ଡେନ ଗ୍ୟାସ ତରଫରୁ ‘ଇଣ୍ଡେନ ଅଏଲ ଡେ’ କାର୍ଯ୍ୟକ୍ରମ ପାଳନ କରାଯାଇଛି । ଇଣ୍ଡେନ ଅଏଲର ୫୭ ତମ ଜନ୍ମ ତିଥି ଅବସରରେ ନର୍ଲା ଅଭିଷେକ ଇଣ୍ଡେନ ଗ୍ୟାସ ଅଫିସ ପରିସରରେ ଏହାର କାର୍ଯ୍ୟ ନିର୍ବାହୀ ଅଧିକାରୀ ସମୀର ଚାନ୍ଦଙ୍କ ନେତୃତ୍ୱରେ ଏଥିପାଇଁ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ୫୭ ତମ ଇଣ୍ଡେନ ଡେ ଅବସରରେ ସାରା ଦେଶରେ ଆଜି କାର୍ଯ୍ୟକ୍ରମ ପାଳନ କରାଯାଉଥିବା ବେଳେ ନର୍ଲା ଅଞ୍ଚଲବାସୀ ସମସ୍ତ ଉପଭୋକ୍ତା ଓ ଜନସାଧାରଣଙ୍କୁ ପବିତ୍ର ଦୀପାବଳୀ ଓ ଧନତେରାସର ଶୁଭେଚ୍ଛା ଜ୍ଞାପନକରିଛନ୍ତି ନର୍ଲା ଇଣ୍ଡେନ ଗ୍ୟାସର କାର୍ଯ୍ୟ ନିର୍ବାହୀ ଅଧିକାରୀ ସମୀର ଚାନ୍ଦ୍ । ମୁଖ୍ୟ ଅତିଥି ଭାବରେ ନର୍ଲାର ବରିଷ୍ଠ ନାଗରିକ ତଥା ବିଶିଷ୍ଟ ଚାଷୀ ଦେବୀ ପ୍ରସାଦ ଚାନ୍ଦ୍ ଯୋଗଦାନ କରି ଇଣ୍ଡେନ ଅଏଲ ଓ ଇଣ୍ଡେନ ଗ୍ୟାସର ଅବଦାନ ଦୈନନ୍ଦୀନ ଜୀବନ ଯାପନରେ ଆମର ଜୀବନର ଅତ୍ୟାବଶ୍ୟକୀୟ ଉପାଦାନ ଖାଦ୍ୟ ପ୍ରସ୍ତୁତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୁମିକା ନିର୍ବାହନ କରିଆସୁଛି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ସେହିଭଳି ସମ୍ମାନୀତ ଅତିଥି ଭାବରେଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ତଥା ପୂର୍ବତନ କ୍ରୀଡାବିତ ସରୋଜ ଚାନ୍ଦ୍, ସୁରେଶ ଦାସ, ପର୍ଶୁରାମ ଦାସ, ବିଶିଷ୍ଟ ଯୁବ ଚାଷୀ ସଞ୍ଜୀବ ଚାନ୍ଦ୍ ପ୍ରମୁଖ ଯୋଗଦାନ କରି ଆଜିର ଦୈନନ୍ଦିନୀ ସମାଜରେ ଇଣ୍ଡେନ ଗ୍ୟାସର ଭୁମିକା ଓ ନର୍ଲା ଭଳି ସ୍ଥାନରେ ଏହାକୁ ଶୃଙ୍ଖଳିତ ଭାବରେ ପରିଚାଳନା କରୁଥିବା ସିଇଓ ଶ୍ରୀ ଚାନ୍ଦଙ୍କ କର୍ତ୍ତବ୍ୟନିଷ୍ଠତାକୁ ଭୂୟସି ପ୍ରସଂଶା କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ସଭାପତି ଓ ଅତିଥିଙ୍କ ଦ୍ୱାରା ଶ୍ରୀଗଣେଶ ପୁଜନ କରାଯାଇଥିଲା । ଏହାପରେ ସିଇଓ ଶ୍ରୀ ଚାନ୍ଦ୍ ଅତିଥି ଓ ଉପସ୍ଥିତ ଜନସାଧାରଣଙ୍କୁ ସ୍ୱାଗତ ଜଣାଇଥିଲେ । ଏହାପରେ ଆରମ୍ଭ ହୋଇଥିଲା ଶୃଙ୍ଖଳିତ ଉପଭୋକ୍ତାଙ୍କୁ ସମ୍ବର୍ଦ୍ଧନାର ପର୍ବ ।
ଅବସରପ୍ରାପ୍ତ ଶିକ୍ଷକ ସୁରେଶ ଚନ୍ଦ୍ର ଦାସ, ସଞ୍ଜୀବ କୁମାର ଚାନ୍ଦ, ନର୍ଲା ପିଏନ୍ଏସ୍ ପ୍ରତିନିଧି ଲିଙ୍ଗରାଜ ମିଶ୍ର, ଅବସରପ୍ରାପ୍ତ ଶିକ୍ଷକ ତଥା ପୂର୍ବତନ କ୍ରୀଡାବିତ୍ତ ସରୋଜ ଚାନ୍ଦ୍, ନର୍ଲାର ବରିଷ୍ଠ ନାଗରିକ ଦେବୀପ୍ରସାଦ ଚାନ୍ଦ୍, ବୈକୁଣ୍ଠ ସାହୁ, ମାନଗୋବିନ୍ଦ ମହାନ୍ତି, ବାଗପୁରର ପୂର୍ବତନ ସରପଞ୍ଚ ବରୁଣ ନାଏକ, ଗିଗିନାର ବାରାନିଧି ବିଶି ପ୍ରମୁଖଙ୍କୁ ମାନପତ୍ର, ଉପଢୌକନ ଓ ମିଷ୍ଟାନ୍ନ ପ୍ୟାକେଟ ପ୍ରଦାନ କରିଥିଲେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଚାନ୍ଦ୍ ।