ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଲକ ଶଗଡା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ସର୍ଗିଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଆୟୋଜିତ ହୋଇଯାଇଛି । ପ୍ରାରମ୍ଭରେ ଏକ ମଶାଲ ଶୋଭାଯାତ୍ରା ସ୍ଥାନୀୟ ସଂକୀର୍ତ୍ତନ ମଣ୍ଡଳୀଙ୍କ ସହଯୋଗରେ ଶଗଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଗୋବିନ୍ଦ ନାଏକଙ୍କ ନେତୃତ୍ୱରେ ଶଗଡା ଗ୍ରାମ ପରିକ୍ରମା କରିବା ପରେ ଅତିଥିମାନେ ମଞ୍ଚରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଉଦ୍ଘାଟନୀ ସମାରୋହରେ ସ୍ଥାନୀୟ ସରପଞ୍ଚ ଗୋବିନ୍ଦ ନାଏକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥିଭାବରେ ଶଗଡା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁକାନ୍ତ କୁମାର ସାହୁ ଯୋଗ ଦେଇଥିଲେ । ଏଥିରେ ସଭାପତିତ୍ୱ କରିଥିଲେ ସର୍ଗିଗୁଡା କ୍ଲଷ୍ଟର ସିଆରସିସି ମହମ୍ମଦ ଜାକିର । ଏଥିରେ ପ୍ରବନ୍ଧ, ବକ୍ତୃତା, ତର୍କ, ସଙ୍ଗୀତ, ଚିତ୍ରଙ୍କନ, ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ, ଏମ.ଡି.ଏମ ପ୍ରକଳ୍ପ, କୁଇଜ ଆଦି ୧୦ଟି ବିଭାଗରେ ବରିଷ୍ଠ ଓ କନିଷ୍ଠ ସ୍ତରରେ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ସର୍ଗିଗୁଡା କ୍ଲଷ୍ଟରରେ ଥିବା ସମସ୍ତ ସ୍କୁଲର ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଥିଲେ । ଉଦଯାପନି ସଭାରେ ଅତିଥିମାନେ ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ ଓ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମର ପ୍ରତିଯୋଗିତାଗୁଡିକୁ ଶିକ୍ଷକ ମନୋଜ ପଣ୍ଡା ପରିଚାଳନା କରିଥିବାବେଳେ ସଞ୍ଚାଳନ କରିଥିଲେ ଶିକ୍ଷକ ଯୁଧିଷ୍ଠିର ମୁଦୁଲି ଓ ସନ୍ତୋଷ କୁମାର ମିଶ୍ର । ଏଥିରେ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତଥା ଦୁର୍ଗା ଆଚାରି, ଜୟପ୍ରଦା ସେଠୀ, ମୁରଲୀ ସାହୁ, ବିଭିଷଣ ନାଗ, ଅନୁର୍ଯ୍ୟ ଗଉଡ଼, କୃପାସିନ୍ଧୁ ପ୍ରଧାନ, କୃଷ୍ଣ ପ୍ରଧାନ, ଜି. ସାଇକୃଷ୍ଣ ଆଦି ସହଯୋଗ କରିଥିଲେ ।