‘ବିନା ବିବାହ ସମାରୋହରେ ବିବାହ ପଞ୍ଜୀକରଣ ବୈଧ ହେବନାହିଁ’

ଓଡ଼ିଆ ବାର୍ତ୍ତା/ ଚେନ୍ନାଇ: ବିବାହ ପ୍ରମାଣପତ୍ର ସମ୍ପର୍କରେ ମାଡ୍ରାସ ହାଇକୋର୍ଟ ଏକ ସ୍ୱତନ୍ତ୍ର ରାୟ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଯେ ବିନା ବିବାହ ସମାରୋହରେ ବିବାହ ପଞ୍ଜୀକରଣ ବୈଧ ହେବନି। ଏବଂ ବିବାହ ପ୍ରମାଣପତ୍ର ନକଲି ବୋଲି ଧରାଯିବ। ହାଇକୋର୍ଟ କହିଛନ୍ତି ଯେ ବିବାହ ପଞ୍ଜିକରଣ କରିବା ପୂର୍ବରୁ ପ୍ରକୃତରେ ବିବାହ ହୋଇଛି କି ନାହିଁ ଯାଞ୍ଚ କରିବା ଅଧିକାରୀଙ୍କ କର୍ତ୍ତବ୍ୟ। ମାଡ୍ରାସ ହାଇକୋର୍ଟର ଜଷ୍ଟିସ୍ ଆର. ବିଜୟକୁମାର କହିଛନ୍ତି, “ଦମ୍ପତିମାନଙ୍କ ପାଇଁ ବିବାହର ଏପରି ସମାରୋହ ପାଳନ କରିବା ବାଧ୍ୟତାମୂଳକ ଅଟେ ଯାହା ନିଜ ଧର୍ମରେ ପ୍ରଯୁଜ୍ୟ। କେବଳ ବିବାହ ପରେ ସମ୍ପୃକ୍ତ ବ୍ୟକ୍ତିଗତ ନିୟମ ଅନୁଯାୟୀ ଉକ୍ତ ବିବାହ ଆଇନ (ତାମିଲନାଡୁ ବିବାହ ପଞ୍ଜୀକରଣ ଆଇନ, ୨୦୦୯) ଅନୁଯାୟୀ ପଞ୍ଜୀକୃତ ହୋଇପାରିବ। ବିବାହ ସମାରୋହରେ ନ ଯାଇ ବିବାହ ଅଧିନିୟମ ଅନୁଯାୟୀ ପଞ୍ଜୀକୃତ ହୋଇପାରିବ ନାହିଁ।

Omkar Vasthu
Omkar Vasthu

୨୦୧୫ ମସିହାରେ ଜଣେ ମୁସଲମାନ ମହିଳା ତାଙ୍କ ସମ୍ପର୍କୀୟ ଭାଇଙ୍କ ସହ ବିବାହକୁ ରଦ୍ଦ କରିବାକୁ ଚାହୁଁଥିବା ଏକ ଆବେଦନର ଶୁଣାଣି କରି କୋର୍ଟ ଏପରି ରାୟ ଦେଇଛନ୍ତି। ମହିଳା ଜଣଙ୍କ ଦାବି କରିଛନ୍ତି ଯେ ଇସଲାମିକ ପରମ୍ପରା ଅନୁଯାୟୀ ତାଙ୍କର ଏବଂ ସମ୍ପର୍କୀୟ ଭାଇଙ୍କ ମଧ୍ୟରେ କୌଣସି ବିବାହ ସମାରୋହ ଆୟୋଜନ ହୋଇନଥିଲା। ମହିଳା ଜଣଙ୍କ ଦାବି କରିଛନ୍ତି, ସମ୍ପର୍କୀୟ ଭାଇ ତାଙ୍କ ବାପା-ମାଙ୍କୁ ମାରି ଦେବାକୁ ଧମକ ଦେଇଥିଲେ। ଏହାପରେ ସେ ବାଧ୍ୟ ହୋଇ ବଳପୂର୍ବକ ଭାବେ ବିବାହ କରିଛନ୍ତି। ହେଲେ କୌଣସି ବିବାହ ଉତ୍ସବ ଆୟୋଜନ ହୋଇନଥିଲା।

Pearl dental clinic
Near Ashish Medical Store, Bhawanipatna

ବିଚାରପତି କହିଛନ୍ତି ଯେ ବିବାହ ପଞ୍ଜୀକରଣ କରିବା ପୂର୍ବରୁ ଦମ୍ପତିମାନେ ନିଜ ନିଜ ବ୍ୟକ୍ତିଗତ ନିୟମ ଅନୁଯାୟୀ ବିବାହ ସମାରୋହ କରିଛନ୍ତି କି ନାହିଁ ତାହା ଯାଞ୍ଚ କରିବା ପଞ୍ଜିକରଣ କର୍ତ୍ତୃପକ୍ଷଙ୍କ କର୍ତ୍ତବ୍ୟ। ସେ କହିଛନ୍ତି, “ବିବାହର ସତ୍ୟତା ଯାଞ୍ଚ ନକରି, ଦମ୍ପତିଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନ ଆଧାରରେ ପଞ୍ଜିକରଣ କରିପାରିବେ ନାହିଁ କର୍ତ୍ତୃପକ୍ଷ । ଯଦି କୌଣସି ବିବାହ ସମାରୋହ ପୂର୍ବରୁ ବିବାହ ପ୍ରମାଣପତ୍ର ଦିଆଯାଏ, ତେବେ ଏହାକୁ କେବଳ ନକଲି ବିବାହ ପ୍ରମାଣପତ୍ର ଭାବେ ଗ୍ରହଣ କରାଯିବ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.