ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଶତବାର୍ଷିକୀ ଉତ୍ସବର ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): ଆସନ୍ତା ଡ଼ିସେମ୍ବର ମାସ ପ୍ରଥମ ସପ୍ତାହରେ କଳାହାଣ୍ଡି ଜିଲ୍ଲା ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଶତବାର୍ଷିକୀ ଉତ୍ସବ ପାଳନ କରାଯିବ । ଏନେଇ ଶନିବାର ଦିନ ଅପରାହ୍ନ ସମୟରେ ଏକ ପ୍ରସ୍ତୁତ ବୈଠକ ରୁପ୍ରା ମଣ୍ଡଳର ଭାଲୁକଟା ଗ୍ରାମ ଠାରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସଭାପତି ନୀଳମଣି ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ସାଧାରଣ ସଂପାଦକ ନବୀନ କିଶୋର ସାହୁ ଯୋଗଦାନ କରି ଗତ ୯/୧୦/୨୦୨୨ ରିଖରେ ହୋଇଥିବା ଜିଲ୍ଲା କମିଟି ବୈଠକର ନିଷ୍ପତି ଉପରେ ବିବରଣୀ ପଠନ କରିଥିଲେ । ବିବରଣୀ ପଠନ ପରେ ସମାଜର ଶତ ବାର୍ଷିକ ଉତ୍ସବ ପାଳନ, ହଳଦିର ଦ୍ବିତୀୟ ସଂସ୍କରଣ ପ୍ରକାଶନ, ରୁପ୍ରାରେ ନୂତନ ଭାବେ ନିର୍ମାଣ ହୋଇଥିବା ଚଣ୍ଡୀ ସମଲେଇ ମନ୍ଦିର ପ୍ରତିଷ୍ଠା ପ୍ରମୁଖ ବିଷୟ ଉପରେ ଆଜିର ପ୍ରସ୍ତୁତି ବୈଠକରେ ଆଲୋଚନା କରାଯାଇଥିଲା । ନର୍ଲା ବ୍ଲକ୍ ସଭାପତି ରବିନ୍ଦ୍ର କୁମାର ସାହୁଙ୍କ ଆବାହକତ୍ବରେ ଅନୁଷ୍ଠିତ ଆଜିର ବୈଠକରେ ନନ୍ଦକିଶୋର ସାହୁ, ଜିଲ୍ଲା ଉପସଭାପତି ଭରତ ସାହୁ, ଅକୃର ସାହୁ, ଦୁର୍ଗା ପ୍ରସାଦ ସାହୁ, ଉଜ୍ଜ୍ୱଳ ସାହୁ,ଖୁସିରାମ ସାହୁ, ଟିକୁନୁ ସାହୁ, କୁଳମଣି ସାହୁ, କେସିଙ୍ଗା ବ୍ଲକ ସଭାପତି ଚକ୍ରଧର ସାହୁ, ସୁଲପାଣି ସାହୁ,ବାଲସି ମଣ୍ଡଳ ସଂପାଦକ ଅଶ୍ବିନୀ କୁମାର ସାହୁ, ଜିଲ୍ଲା କମିଟି ଗଣମାଧ୍ୟମ ସଂଯୋଜକ ଗଜିନ୍ଦ୍ର ସାହୁ, ଶିବପ୍ରସାଦ ସାହୁ, ନେହେରୁ ଲାଲ୍ ସାହୁ, ମୁରଲୀଧର ସାହୁ, ଉଛବ ସାହୁ, ଗୁରୁଦେବ ସାହୁ, ଧୃବଚରଣ ସାହୁ ପ୍ରମୁଖ ଯୋଗଦାନ କରି ଶତବାର୍ଷିକୀ ଉତ୍ସବ କାର୍ଯ୍ୟକ୍ରମ ଉପରେ ମତଦେଇଥିଲେ । ପୂର୍ବ ବୈଠକର ନିଷ୍ପତି ଅନୁଯାୟୀ ସାମାନ୍ୟ ପରିବର୍ତ୍ତନ କରାଯାଇ ଡ଼ିସେମ୍ବର ମାସ ୪ ତାରିଖ ରେ ଚଣ୍ଡୀ ସମଲେଇ ମନ୍ଦିରର ରତ୍ନମୁଦ ସହିତ ଶତବାର୍ଷିକୀ ଉତ୍ସବ ପାଳନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ସେହିପରି ୫ ଓ ୬ ତାରିଖ ଦୁଇ ଦିନ ଧରି ମନ୍ଦିର ପ୍ରତିଷ୍ଠା ସହ ସହ ସିଂହାସନ ବିଜେ ଓ ନାମଯଜ୍ଞ ହେବାର ନିଷ୍ପତ୍ତି ନିଆଯାଇଛି । ଯାହାକି ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ତଥା ରାଜ୍ୟ ବାହାରରୁ ସମାଜର ବିଶିଷ୍ଟ ବ୍ୟକ୍ତି ବିଶେଷ ଅତିଥି ଭାବେ ଯୋଗଦେବେ । ଚଳିତ ମାସ ଆସନ୍ତା ୨୯ ତାରିଖ ଦିନ ଶାନ୍ତିବଣ ଠାରେ କାର୍ଯ୍ୟକ୍ରମର ଚୁଡାନ୍ତ ପ୍ରସ୍ତୁତି ବୈଠକ କରିବା ପାଇଁ ଆଜି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିବା ବେଳେ ଶେଷରେ ଜିଲ୍ଲା ସଭାପତି ନିଳମଣି ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.