ଲାଞ୍ଜିଗଡ଼ରେ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ଲାଞ୍ଜିଗଡ଼ ବ୍ଲକରେ ବିଜେଡ଼ି ରଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଲାଞ୍ଜିଗଡ଼ ବ୍ଲକ ଚମ୍ପାଦେଇପୁର ଗ୍ରାମ ପଞ୍ଚାୟତର ଗୋଲାଙ୍ଗବନ୍ଦ ତାରିଣୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ପଦଯାତ୍ରା ଶୁଭାରମ୍ଭ ହୋଇଥିଲା। ଏଥିରେ ହଜାର ହଜାର ମହିଳା ଓ ପୁରୁଷ ସାମିଲ ହୋଇଥିଲେ। ଚମ୍ଫାଦେଇପୁର ଗ୍ରାମ ପଞ୍ଚାୟତର ଗୋଲାଙ୍ଗବନ୍ଦ ଠାରୁ ପଦଯାତ୍ରାରେ ବାହାରି ଦିର୍ଘ ସାତ କି.ମି ପଦଯାତ୍ରାରେ ଯିବା ପରେ ଚମ୍ଫାଦେଇପୁର ଗ୍ରାମ ପଞ୍ଚାୟତ ଖେଳପଡିଆ ପରିସରରେ ପହଞ୍ଚିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେଠାରେ ବ୍ଲକ ବିଜେଡ଼ି ସଭାପତି ଗୋବିନ୍ଦ ପ୍ରଧାନୀଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜେଡ଼ି ସଭାନେତ୍ରୀ ଲଲିତା ନାଏକ, ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଞ୍ଜିବ କୁମାର ନାଏକ, ୧ନଂ ଜିଲ୍ଲାପରିଷଦ ସଦସ୍ୟା ଅଞ୍ଜଳି ମାଝୀ,

Udyog Nursery
Udyogi Nursery

୨ନଂ ଜିଲ୍ଲାପରିଷଦ ସଦସ୍ୟ ପରିକ୍ଷିତ ନାଏକ, ପୂର୍ବତନ ବିଧାୟକ ଶିବାଜୀ ମାଝୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଫକିର ମୋହନ ମାଝୀ, ବିଧାୟକ ପ୍ରତିନିଧି ପ୍ରଦୀପ ଘଡ଼େଇ, ଲାଞ୍ଜିଗଡ଼ ସରପଞ୍ଚ ତୁଳସୀ ମୁଣ୍ଡା, ଲାଞ୍ଜିଗଡ଼ ବ୍ଲକ ସଭାନେତ୍ରୀ ସୁଜିତା ଘଡେ଼ଇ, ୧ନଂ ଜୋନ ସଭାପତି ଚନ୍ଦ୍ରଶେଖର ମହାପାତ୍ର,

ଲାଞ୍ଜିଗଡ଼ ଯୁବ ବିଜେଡି ସଭାପତି ଡିଲେଶ କୁମାର ନାଗ, ଲାଞ୍ଜିଗଡ଼ ବ୍ଲକ ମିଡିଆ ସେଲ୍ ସଭାପତି ସନ୍ତୋଷ କୁମାର ତୁଳ, ଜିଲ୍ଲା କର୍ମକର୍ତ୍ତା ବଦ୍ରିନାରାୟଣ ପଟନାୟକ ସମାଜସେବୀ ଶ୍ରୀଧର ପେସନିଆ, ସୁବାଷ ଅଗ୍ରୱାଲ, ବ୍ଲକ ଯୁବ ବିଜେଡି ଉପସଭାପତି ମୁକେଶ ବେହେରା, ବରିଷ୍ଠ ବିଜେଡି ନେତା ହରିଶ୍ଚନ୍ଦ୍ର ବୁଦ୍ଧିଆଙ୍କ ସମେତ ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ମାନେ ମଞ୍ଚାସୀନ ଥିଲେ ।


ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ନିମନ୍ତେ ଜାରି ରଖିଛନ୍ତି। ଦଳର କର୍ମକର୍ତ୍ତା ତଥା ଗାଁରୁ ସହର ସବୁଠି ଲୋକ ସେବାରେ ନିୟୋଜିତ ଅଗଣିତ କର୍ମୀଙ୍କର ନିଷ୍ଠା, କଠିନ ପରିଶ୍ରମ ଓ ତ୍ୟାଗ ଯୋଗୁଁ ବିଜେଡ଼ି ଲୋକଙ୍କ ନିକଟତର ହୋଇ ପାରିଛି ବୋଲି ଅତିଥି ମାନେ ଉଦବୋଧନ ଦେଇଥିଲେ। ଏଥିରେ ଲାଞ୍ଜିଗଡ଼ ବ୍ଲକ ବରିଷ୍ଠ ବିଜେଡି ନେତା ଓ କର୍ମୀମାନେ ଉପସ୍ଥିତ ଥିବା ବେଳେ ପୂର୍ବତନ ଉପାଧ୍ୟକ୍ଷ ଜଗଦୀଶ ବେନିଆଁ ମଞ୍ଚ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.