ବ୍ରିଟେନ ପ୍ରଧାନମନ୍ତ୍ରୀ ରେସରୁ ବୋରିଶ ଆଉଟ୍, ଦଳୀୟ ସାଂସଦଙ୍କ ପସନ୍ଦ ରୁଷି ସୁନକ

ଓଡ଼ିଆ ବାର୍ତ୍ତା/ ଲଣ୍ଡନ: ବ୍ରେକଜିଟରୁ ବ୍ରିଟେନ୍ ଅଲଗା ହେବାପରଠୁ ଦେଶର ରାଜନୀତିରେ ଅସ୍ଥିରତା ଜାରି ରହିଛି। ମାତ୍ର ୪୫ ଦିନ ପ୍ରଧାନମନ୍ତ୍ରୀ ପଦରେ ଲିଜ ଟ୍ରସ କାର୍ଯ୍ୟକାଳରେ ରହି ଇସ୍ତଫା ଦେବା ପରେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବେ ସେ ନେଇ ଚର୍ଚ୍ଚା ଚାଲିଛି। ଏହାରି ଭିତରେ ଲିଜ ଟ୍ରସଙ୍କ ଦ୍ବାରା ପରାସ୍ତ ହୋଇଥିବା ଭାରତୀୟ ବଂଶୋଦ୍ଭବ ରୁଷି ସୁନକ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଯଦିଓ ପୁଣିଥରେ ପ୍ରଧାନମନ୍ତ୍ରୀ ଆସନରେ ବସିବାକୁ ବୋରିଶ ଜନସନ ପ୍ରୟାସ କରିଥିଲେ କିନ୍ତୁ ଏବେ ସେ ଏହି ରେସରୁ ଓହରିଯାଇଥିବା ଜଣାପଡିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଦୁର୍ନୀତି ଅଭିଯୋଗରେ ତାଙ୍କୁ ଏହି ପଦ ଛାଡିବାକୁ ପଡିଥିଲା। ଏହା ପରେ ଜନସାଧାରଣ ଲିଜ ଟ୍ରସଙ୍କ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଥିଲେ । କିନ୍ତୁ ସେ ମଧ୍ୟ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିପାରି ନଥିଲେ ଏବଂ ସେ ଦୁଇ ଦିନ ପୂର୍ବରୁ ଏହି ପଦରୁ ଇସ୍ତଫା ଦେଇଥିଲେ।

Omkar Vasthu
Omkar Vasthu

ଏବେ ସୁନକ ଆଗରେ ଅଛନ୍ତି। ଯଦିଓ ସେ ଶନିବାର ପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ନୀରବ ରହିଥିଲେ, କିନ୍ତୁ ରବିବାର ଦିନ ଏକ ଟୁଇଟ୍ କରିଛନ୍ତି ଯେଉଁଥିରେ ୧୦୦ରୁ ଅଧିକ ଟୋରୀ ସାଂସଦ ବା କନଜରଭେଟିଭ ପାର୍ଟିର ସାଂସଦଙ୍କ ସମର୍ଥନ ଥିବାରୁ ରୁଷି ସୁନକ ପ୍ରଧାନମନ୍ତ୍ରୀ ପଦ ପାଇଁ ଦୌଡ଼ରେ ଥିବା କୁହାଯାଉଛି।ବ୍ରିଟେନର ପୂର୍ବତନ ଅର୍ଥମନ୍ତ୍ରୀ ସୁନକ ଟ୍ୱିଟ୍ କରି କହିଛନ୍ତି, “ବ୍ରିଟେନ ଏକ ମହାନ ଦେଶ କିନ୍ତୁ ଆମେ ଏକ ପ୍ରମୁଖ ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହେଉଛୁ। ମୁଁ କନଜରଭେଟିଭ ଦଳର ନେତା ତଥା ଆପଣଙ୍କର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାକୁ ଛିଡା ହୋଇଛି। ମୁଁ ଦେଶର ଅର୍ଥନୀତିକୁ ସୁଧାରିବାକୁ, ମୋ ଦଳକୁ ଏକତ୍ର କରିବାକୁ ଏବଂ ମୋ ଦେଶ ପାଇଁ କାମ କରିବାକୁ ଚାହୁଁଛି”।

Pearl dental clinic
Near Ashish Medical Store, Bhawanipatna

ପ୍ରଧାନମନ୍ତ୍ରୀ ପଦକୁ ନେଇ ଚର୍ଚ୍ଚା ଭିତରେ ପ୍ରଥମ ଥର ପାଇଁ ରୁଷି ସୁନକ ଏପରି ଟ୍ବିଟ୍ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କହିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ଦୈଡରେ ଅଛନ୍ତି। ତାଙ୍କ ପାଖରେ ୧୦୨ ସାଂସଦଙ୍କ ସମର୍ଥନ ରହିଛି, କିନ୍ତୁ ତାଙ୍କ ପାଇଁ ଏହା ଠିକ୍ ସମୟ ନୁହେଁ ବୋଲି କହିଛନ୍ତି। ରୁଷି ସୁନକଙ୍କ ପାଖରେ  ୧୪୭ ସାଂସଦଙ୍କ ସମର୍ଥନ ରହିଥିବା ସୂଚନା ରହିଛି। ପ୍ରଧାନମନ୍ତ୍ରୀ ପଦ ପାଇଁ ୧୦୦ ସାଂସଦଙ୍କ ସମର୍ଥନ ଦେବାକୁ ପଡିବ। କିନ୍ତୁ ସୁନକ ଆବଶ୍ୟକ ସଂଖ୍ୟାଠାରୁ ବହୁ ଅଧିକ ସମର୍ଥନ ରଖିଥିବା ସୂଚନା ରହିଛି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.