ସାମ୍ପୁ ବ୍ୟବହାର କଲେ ହୋଇପାରେ କର୍କଟ, ବଜାରରୁ ଡ୍ରାଏ ସାମ୍ପୁ ଫେରାଇ ଆଣିବ ୟୁନିଲିଭର

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଆଜିକାଲି ସମସ୍ତେ କେଶ ଧୋଇବା ପାଇଁ ସାମ୍ପୁ ବ୍ୟବହାର କରନ୍ତି। କିନ୍ତୁ ଅନେକ ବଡ଼ ବଡ଼ ବ୍ରାଣ୍ଡ ସାମ୍ପୁ ବ୍ୟବହାର କଲେ ହୋଇପାରେ କ୍ୟାନସର। ଜଣାଶୁଣା କମ୍ପାନୀ ୟୁନିଲିଭରର ଏକାଧିକ ସାମ୍ପୁରେ ଏପରି ରାୟାନିକ ପଦାର୍ଥ ରହିଛି ଯାହା କର୍କଟ ରୋଗ ସୃଷ୍ଟି କରେ। ଡୋଭ୍, ନେକ୍ସସ୍, ସୁଆଭ୍, ଟିଜି ଏବଂ ଟ୍ରେସମି ଏୟାରସୋଲୋ ଡ୍ରାଏ ସାମ୍ପୁକୁ ଆମେରିକା ବଜାରରୁ ତୁରନ୍ତ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏକ ରିପୋର୍ଟ ଅନୁସାରେ, ଡ୍ରାଏ ସାମ୍ପୁରେ ବେଞ୍ଜିନ ଥିବା ଜଣାପଡ଼ିଛି। ଆମେରିକା ଫୁଡ୍ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ ବା ଏଫଡିଏ ଅନୁସାରେ, ଏସବୁ ଉତ୍ପାଦ ୨୦୨୧ ପୂର୍ବରୁ ପ୍ରସ୍ତୁତ କରାଯାଇଥିଲା ଏବଂ ସମଗ୍ର ଦେଶରେ ରିଟେଲରଙ୍କୁ ବିତରଣ କରାଯାଇଥିଲା। ବେଞ୍ଜିନ ଦ୍ୱାରା ମଣିଷକୁ କ୍ୟାନସର ହୋଇପାରେ । ଏଥିରେ Dove Dry Shampoo Volume and Fullness, Dove Dry Shampoo Fresh Coconut, Nexxus Dry Shampoo Refreshing Mist ଏବଂ Suave Professionals Dry Shampoo Refresh and Revive ସାମିଲ ରହିଛି।

Omkar Vasthu
Omkar Vasthu

ବେଞ୍ଜିନ ଅନେକ ଉପାୟରେ ମଣିଷ ଶରୀରରେ ପ୍ରବେଶ କରି କର୍କଟ ସୃଷ୍ଟି କରିପାରେ। ଯାହାକୁ ନେଇ ଏଫଡିଏ ରିକଲ ନୋଟିସରେ କହିଛି ଯେ ବେଞ୍ଜିନ ଚର୍ମ, ନାକ ଓ ପାଟି ଦେଇ ଶରୀର ଭିତରେ ପ୍ରବେଶ କରିପାରେ। ଯାହା ଫଳରେ ଲ୍ୟୁକେମିଆ ଓ ବ୍ଲଡ୍ କ୍ୟାନସର ଭଳି ରୋଗ ହେବାର ସମ୍ଭାବନା ଥାଏ। ଏଫଡିଏର କହିବା ଅନୁସାରେ, ଲୋକେ ଏଭଳି ଉତ୍ପାଦର ବ୍ୟବହାର ବନ୍ଦ କରିବା ଦରକାର ଏବଂ ନିଜ ଟଙ୍କା ଫେରସ୍ତ ପାଇବା ପାଇଁ ୟୁନିଲିଭରର ୱେବସାଇଟର ସହାୟତା ନେଇପାରିବେ। ତେବେ ଏନେଇ ୟୁନିଲିଭର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ୟୁନିଲିଭରର ଏହି ପଦକ୍ଷେପ ପୁଣି ଥରେ ପର୍ସୋନାଲ କେୟାର ପ୍ରଡକଶନରେ ଏୟରୋସୋଲ ଉପସ୍ଥିତି ଉପରେ ପ୍ରଶ୍ନ ଉଠାଇଛି। ଗତ ଦେଢ଼ ବର୍ଷ ମଧ୍ୟରେ ବଜାରରୁ ଅନେକ ଏରୋସୋଲ୍ ସନସ୍କ୍ରିନ୍ ବଜାରରୁ ଫେରାଇ ଆଣିବାକୁ କୁହାଯାଇଛି। ଏଥି ମଧ୍ୟରେ ଜନସନ ଆଣ୍ଡ ଜନସନଙ୍କ ନିଉଟ୍ରୋଜେନା, ଏଜୱେଲ ପର୍ସନାଲ କେୟାର କୋ. ପ ବାନାନା ବୋଟ ଏବଂ ବିୟର୍ସଡର୍ଫ ଏଜିର କପର୍ଟୋନ ସାମିଲ ଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.