ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ. ରାମପୁର ଠାରେ ଥିବା ସିଆରପିଏଫ୍ ଇ ୬୪ ବାଟାଲିଅନ ତରଫରୁ ଆଜି ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହେଇ ଯାଇଛି। ଏଥିରେ କମାଣ୍ଡଣ୍ଟ ପଙ୍କଜ ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେନା ଏବଂ ସାଧାରଣ ଜନତାଙ୍କ ମଧ୍ଯ ରେ ଉତ୍ତମ ସମ୍ପର୍କ ରହିବା ଦରକାର ବୋଲି କହିଥିଲେ। ସମ୍ମାନୀତ ଅତିଥି ଭାବରେ ମ.ରାମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୟ କୁମାର ଭୋଇ, ମ.ରାମପୁର ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ, ସରପଞ୍ଚ ବୀଣାପାଣି ସାହୁ ଯୋଗ ଦେଇଥିଲେ। ମ. ରାମପୁର ଗ୍ରାମାଞ୍ଚଳରୁ ଆସିଥିବା ମା ମାନଙ୍କୁ ସିଲେଇ ମେସିନ୍ ଅତିଥି ମାନଙ୍କ ଦ୍ଵାରା ବଣ୍ଟନ କରା ଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଆସିଷ୍ଟାଣ୍ଟ କମାଣ୍ଟଡେଟ ସୁବାସ କୁମାର। ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଯବାନ ମାନେ ସହଯୋଗ କରିଥିଲେ।