ଡ୍ରାଇଭର ସିଟରେ ବସିଥିବା ଡାକ୍ତରଙ୍କ ବିରୋଧରେ ରୁଜୁ ହେଲା ମାମଲା – Odisha Sambad


ମୁମ୍ବାଇ: ଶିଳ୍ପପତି ସାଇରସ ମିସ୍ତ୍ରୀଙ୍କ କାର ଦୁର୍ଘଟଣାରେ କାର ଚଳାଉଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ। ସେପ୍ଟେମ୍ବର ମାସରେ ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ କାର ଦୁର୍ଘଟଣାରେ ଶିଳ୍ପପତି ସାଇରସ୍ ମିସ୍ତ୍ରୀଙ୍କର କାର ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା।

ପୋଲିସ ଏହି ମାମଲାରେ ଶନିବାର ମୁମ୍ବାଇର ଜଣାଶୁଣା ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଅନାହିତା ପାଣ୍ଡୋଲେ (Anahita Pandole)ଙ୍କ ବିରୋଧରେ ମାମଲା ରୁଜୁ କରିଛି। ମର୍ସିଡିଜ୍-ବେଞ୍ଜ କାର କାରର ଡାଟା ଚିପକୁ ଅନୁଧ୍ୟାନ କରିବା ପରେ ପାଣ୍ଡୋଲେଙ୍କ ସ୍ୱାମୀ ଡାରିୟସ୍ ପାଣ୍ଡୋଲେଙ୍କ ବିବୃତ୍ତି ଆଧାରରେ ପାଲଘର ପୋଲିସ ଏହି ମାମଲା ରୁଜୁ କରିଛି।

ମୋଟର ଯାନ ଅଧିନିୟମ ଅନୁଯାୟୀ ଅବହେଳିତ ଡ୍ରାଇଭିଂ କାରଣରୁ ମୃତ୍ୟୁ ଘଟିଥିବାରୁ ଡାକ୍ତର ପାଣ୍ଡୋଲେଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ପତି ଓ ପତ୍ନୀ ଡାରିୟସ ପାଣ୍ଡୋଲେ ଏବଂ ଅନାହିତା ପାଣ୍ଡୋଲେ, ସାଇରସ ମିସ୍ତ୍ରୀ ଏବଂ ତାଙ୍କ ସାଙ୍ଗ ଜାହାଙ୍ଗୀର ପାଣ୍ଡୋଲେ ଗୁଜୁରାଟ ଅହମଦାବାଦରୁ ମୁମ୍ବାଇ ଅଭିମୁଖେ କାରରେ ଯାତ୍ରା କରୁଥିଲେ। କିନ୍ତୁ କାରଟି ପାଲଘରର ସୂର୍ଯ୍ୟ ନଦୀ ବ୍ରିଜରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏହି ଦୁର୍ଘଟଣାରେ ମିସ୍ତ୍ରୀଙ୍କ ସାଙ୍ଗ ଜାହାଙ୍ଗୀର ପାଣ୍ଡୋଲେଙ୍କର ମୃତ୍ୟୁ ଘଟିଛି।

ଉଭୟ ପତି ଓ ପତ୍ନୀ ପାଣ୍ଡୋଲେ ଦୁର୍ଘଟଣା ପରେ ମୁମ୍ବାଇର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଚଳିତ ସପ୍ତାହରେ ଡିସଚାର୍ଜ ହୋଇଥିଲେ। ମଙ୍ଗଳବାର ପୋଲିସ ଡାରିୟସଙ୍କ ବିବୃତ୍ତି ରେକର୍ଡ କରିଥିଲା। ଏହାପରେ ପୋଲିସ ଡାକ୍ତରଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି।



Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.