ମାଓପ୍ରବଣ ଅଞ୍ଚଳରେ ସିଆରପିଏଫ୍ ୧୨୭ ବାଟାଲିୟନ୍ ପକ୍ଷରୁ ଜନସମ୍ପର୍କ ଶିବିର

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ମାଓପ୍ରବଣ ଅଞ୍ଚଳରେ ସିଆରପିଏଫ୍ ପକ୍ଷରୁ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ଦୁର୍ଗମ ଲଙ୍କାଗଡ଼ ଅଞ୍ଚଳରେ ସରକାରଙ୍କ ଦ୍ୱାରା ପରିଚାଳିତ ଆର୍ଥିକ ସହାୟତା ଯୋଜନା, ଗୃହ ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ସିଆରପିଏଫ୍ ୧୨୭ ବାଟାଲିୟନ ପକ୍ଷରୁ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଲଙ୍କାଗଡ଼ ଗ୍ରାମ ପଞ୍ଚାୟତର ଅଞ୍ଚଳବାସୀଙ୍କ ସମେତ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଯୁବ ଗୋଷ୍ଠୀ ସାମିଲ୍ ହୋଇଥିଲେ । ଏହି ଅବସରରେ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଦ୍ବାରା ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିସହିତ ଯୁବ ଗୋଷ୍ଠୀଙ୍କ କ୍ରୀଡ଼ାରେ ବିକାଶ ପାଇଁ ଭଲିବଲ୍, ଭଳିବଲ ନେଟ, ଫୁଟବଲ୍, ହ୍ୟାଣ୍ଡ୍ ବଲ୍ ଆଦି ଖେଳ ସାମଗ୍ରୀ ବଣ୍ଟନ କରାଯିବା ସହ ସିଆରପିଏଫ୍ ପକ୍ଷରୁ ୨୦ଟି ଅସହାୟ ପରିବାରଙ୍କୁ ବିଭିନ୍ନ ରୋଷେଇ ସାମଗ୍ରୀ ବଣ୍ଟନ କରାଯାଇଛି । ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଆର୍ଥିକ ସହାୟତା ଯୋଜନା, ଗୃହ ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ଏହି ମାନବିକ ସିଭିକ୍ ଆକ୍ସନ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି | ଅଞ୍ଚଳବାସୀଙ୍କ ସହ ପୋଲିସର ସୁସମ୍ପର୍କ ସ୍ଥାପନ କରିବା ଏବଂ ଲୋକଙ୍କ ସୁବିଧା ଅସୁବିଧା ବୁଝିବା ଏହି କାର୍ଯ୍ୟକ୍ରମର ମୁଳ ଲକ୍ଷ ବୋଲି କହିଛନ୍ତି ମୁଖ୍ୟ ଅତିଥି ସିଆରପିଏଫ୍ ଦ୍ବିତୀୟ କମିଣ୍ଡାଣ୍ଟ୍ ମାଉଲି ମୋହନ କୁମାର । ଅତିଥି ମାନଙ୍କ ଦ୍ବାରା ସ୍ଥାନୀୟ ଜନସାଧାରଣଙ୍କୁ ସମସ୍ତ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଲଙ୍କାଗଡ଼ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ସରୋଜ କୁମାର, ଲଙ୍କାଗଡ଼ ସରପଞ୍ଚ ସସ୍ମିତା ପାତ୍ର ଏବଂ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ସମୁଦାୟ ୨୦ ପରିବାର, ଦୁଇଟି ବିଦ୍ୟାଳୟ ଏବଂ ଗୋଟିଏ ଯୁବ କ୍ଲବ ଉପକୃତ ହୋଇଛନ୍ତି ଏବଂ ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ କରାଯିବ ବୋଲି ଦ୍ବିତୀୟ କମାଣ୍ଡାଣ୍ଟ୍ ମାଉଲି ମୋହନ କୁମାର ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.