ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ରୋଡ଼ ଗ୍ରାମ ପଞ୍ଚାୟତ ସ୍ଥିତ ସିକେରକୁପା ଠାରେ ଥିବା ସିଆରପିଏଫ ୬୪ ବାଟାଲିଅନ ପକ୍ଷରୁ ଆଜି ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । କମାଣ୍ଡେଣ୍ଟ ପଙ୍କଜ ଚୌଧୁରୀଙ୍କ ନିର୍ଦ୍ଦେଶକ୍ରମେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ (ଆଲ୍ଫା କମ୍ପାନୀ) ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ବିଶ୍ଵାସ ଶର୍ମା ଯୋଗଦେଇ ସେନା ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିବା ଦରକାର ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ଼ରୋଡ଼ ସରପଞ୍ଚ ସୁଶ୍ରୀ ମମତା ଶବର, ସିକେରକୁପା ଫାଣ୍ଡି ଅଧିକାରୀ ସୁବାଷ ଚନ୍ଦ୍ର ଗୁରୁ, ସମାଜସେବୀ ପୂର୍ଣ୍ଣଚନ୍ଦ୍ର ଗଉଡ଼ ଯୁବ ସାମ୍ବାଦିକ ନିଲେଶ କୁମାର ନାଗ,ଆଶା କର୍ମୀ ଲକ୍ଷ୍ମୀ ବାଗ ପ୍ରମୁଖ ଯୋଗଦେଇଥିଲେ । ଲାଞ୍ଜିଗଡ଼ରୋଡ଼ ଗ୍ରାମ ପଞ୍ଚାୟତର ଅଞ୍ଚଳରୁ ଆସିଥିବା ୮୦ ଜଣ ଲୋକଙ୍କୁ ଖାଇବା ଟ୍ରେ, ଗ୍ଲାସ୍,ପାଣି ଜଗ ଅତିଥିମାନଙ୍କ ଦ୍ଵାରା ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ କମ୍ପାନୀ କମାଣ୍ଡେଣ୍ଟ ସୁରେଶ କୁମାର ଜାଟ୍। ଏହି କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ଯବାନମାନେ ସହଯୋଗ କରିଥିଲେ।