ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡପୋଡାଗୁଡା ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଛି। ସରପଞ୍ଚ ଜମୁନା ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ କୋକସରା ବିଡ଼ିଓ ଉତ୍ତମ କୁମାର ବାଗ, ଅତିରିକ୍ତ ତହସିଲଦାର ମୋହନ ଜେନା, ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ନାରାୟଣ ଭୋଇ, ଯୋଗାଣ ନିରିକ୍ଷକ ଜଗାରାମ ମୁର୍ମୁ, ଉଦ୍ୟାନ କୃଷି ଅଧିକାରୀଣୀ ବି. ବାସନ୍ତି, କନିଷ୍ଠ ଯନ୍ତ୍ରୀ ଅମ୍ବିକା ମାଝୀ, ସମାଜ ମଙ୍ଗଳ ଅଧିକାରୀ ଦିପକ କୁମାର ବେହେରା, ଏଲଆଇ ବଲଭଦ୍ର ମାଝୀ, ସହକାରୀ କୃଷି ଅଧିକାରୀ ହେମାନନ୍ଦ ମାଝୀ, ମନରେଗା ସହାୟକ ଉପେନ୍ଦ୍ର ବାଗ ଓ ଅନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ପଞ୍ଚାୟତର ବିଭିନ୍ନ ଗ୍ରାମ ରୁ ଅଭିଯୋଗ ନେଇ ଆସିଥିବା ହିତାଧିକାରୀଙ୍କ ଆବାସ ଘର, ରାସନ କାର୍ଡ, ଭତ୍ତା, ଜମି ମରାମତି ଭଲି ଅନ୍ୟାନ୍ୟ ଅଭିଯୋଗ ଓ ସମସ୍ୟା ଉପରେ ଅଭିଯୋଗ ଶୁଣିବା ସହ ସମାଧାନ କରିବା ଦିଗରେ ପ୍ରୟାସ କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଶିବିରରେ ମୋଟ ୫୪୬ ଅଭିଯୋଗ ପଞ୍ଜିକରଣ ହୋଇଥିବାବେଳେ ଆବାସ ଘର ପାଇଁ ୩୯୭, ଭତ୍ତା ପାଇଁ ୬୨, ଖାଦ୍ୟ ସୁରକ୍ଷା ଯୋଜନା ପାଇଁ ୪୮ ଓ ଅନ୍ୟାନ୍ୟ ୩୮ ଅଭିଯୋଗ ନେଇ ହିତାଧିକାରୀ ମାନେ ଜନଶୁଣାଣୀ ଶିବିରରେ ଅଭିଯୋଗ କରିଥିବା ଜଣାପଡ଼ିଛି। ବଡପୋଡାଗୁଡା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୀରିସ ଚନ୍ଦ୍ର ନାଏକ ଶିବିର କୁ ପରିଚାଳନା କରିଥିଲେ। ଗ୍ରାମ ରୋଜଗାର ସେବକ ଦୁଷ୍ମନ୍ତ ନାଗ, ଯୋଗାଣ ସହାୟକ ଚନ୍ଦ୍ରମଣୀ ବେଶ୍ରା, ବିଏଫଟି ଲଲିତ ମୋହନ ନାଏକ, ଧର୍ମାନନ୍ଦ ନାଏକ, ନାଏବ ସରପଞ୍ଚ ବିଡୁ ନାଏକ, ଓ୍ବାର୍ଡ ସଭ୍ୟା ସରିତା ଦୁର୍ଗା, ଗୋମତୀ ପ୍ରଧାନି, ଓ୍ବାର୍ଡ ସଭ୍ୟ ନରହରି ପାଣିଗ୍ରାହୀ, କ୍ଷେତ୍ର ମଣୀ ପୁଝାରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।