ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ଆଜି ମାନ୍ୟବର ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସଭାପତିତ୍ବରେ ରାମପୁର ବିଜୁ ଜନତା ଦଳର କାର୍ଯ୍ୟାଳୟରେ ପଦ୍ମପୁର ଉପନିର୍ବାଚନ ପାଇଁ ସୋନପୁର କମିଟି ଦ୍ବାରା ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା ସଭାପତି ସରୋଜ କମ୍ପ, ଉପସଭାପତି ରମେଶ ପୁଜାରୀ, ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ ସୋନପୁର ୨ ନମ୍ବର ଜୋନ ଜିଲ୍ଲା ପରିଷଦ ମଧୁସୂଦନ ଓତା, ଡୁଗୁଂରୀପାଲି ବ୍ଲକ ଉପାଧ୍ୟକ୍ଷ ମକରଧ୍ୱଜ ସାହୁ, ନବନିର୍ବାଚିତ ସୋନପୁର ଆରସିଏମ୍ଏସ୍ ପରିଚାଳନା ପରିଷଦ ସଭାପତି ମଧୁସୂଦନ ମିଶ୍ର, ବିଜୁ ଯୁବ ଜନତା ଦଳର ସଭାପତି ଆଶୋକ ନନ୍ଦ, କରମଚାନ୍ଦ ମହାନ୍ତି, ପ୍ରକାଶ ସାହୁ, ଶାଶ୍ୱତ ମିଶ୍ର, ବିଭୁଦତ୍ତ ରାଜହଂସ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।