ରାଲିରେ ଚାଲିଗଲା ଦୁଇ ଭାଇଙ୍କ ଜୀବନ – Odisha Sambad


ଭୋପାଳ: ସେନାରେ ଯୋଗ ଦେବେ । ଦେଶ ପାଇଁ ଲଢିବେ । ଆଖିରେ ଥିଲା ଏମିତି କିଛି ସ୍ୱପ୍ନ  । ସ୍ୱପ୍ନ ପୂରଣ ପାଇଁ ଲାଗି ପଡିଥିଲେ । ଜୋରଦାର ପ୍ରସ୍ତୁତି  କରିଥିଲେ । ହେଲେ ସବୁ ସ୍ୱପ୍ନ ଅଧା ରହିଗଲା । ସେନାରେ ଭର୍ତ୍ତି ହେବା ପୂର୍ବରୁ ଚାଲିଗଲା ଜୀବନ । ଜଣେ ନୁହେଁ, ହାତ ଧରାଧରି ହୋଇ ଚାଲିଗଲେ ଦୁଇ ଭାଇ । ଏମିତି ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ।

ଅଗ୍ନିବୀର ରାଲି ପାଇଁ ଯାଇଥିଲେ ଦୁଇଭାଇ । ରାଲିରେ ଦୗଡିବା ପାଇଁ ଡାକରା ଆସିଲା । ହେଲେ ଦୌଡ ଶେଷ ହେଲାନି । ଦୗଡ଼ିବା ସମୟରେ ଚେତାଶୂନ୍ୟ ହୋଇ ପଡିଲେ ।  ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା  । କିନ୍ତୁ ସେଠାରେ  ଦୁଇଭାଇଙ୍କର ମୃତ୍ୟୁ ହୋଇଥିଲା । ଡାକ୍ତରଙ୍କ କହିବାନୁସାରେ ଉଭୟଙ୍କର ଲିଭର ଏବଂ କିଡନୀ ଖରାପ ହେବା ସହ ହୃଦପିଣ୍ଡ ଫୁଲି ଯାଇଥିଲା ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମୃତ ଦୁଇ ଭାଇ  ବେତୁଲର ଅମଲା ତହସିଲ ଅନ୍ତର୍ଗତ ଦିଆମହୁ ଗାଁର ବାସିନ୍ଦା  । ଉଭୟେ ଗତ ୩-୪ ବର୍ଷ ହେବ ସେନାରେ ଭର୍ତ୍ତି ହେବା ପାଇଁ ଅଭ୍ୟାସ କରୁଥିଲେ । ୨୯ ଅକ୍ଟୋବରରେ ଭୋପାଳରେ ଅଗ୍ନିବୀର  ରାଲିରେ ବଡଭାଇ ରୁପେନ୍ଦ୍ର ଯାଦବ ଦୌଡିବାବେଳେ  ଚେତାଶୂନ୍ୟ ହୋଇପଡିଥିଲେ ।ତାଙ୍କୁ ତୁରନ୍ତ   ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା  । କିନ୍ତୁ ୪ ନଭେମ୍ୱରରେ ତାଙ୍କର ମୃତ୍ୟୁ ଘଟିଥିଲା ।

ସେହିପରି ନଭେମ୍ୱର ୩ରେ ସାନଭାଇ ଅଙ୍କିତ ଯାଦବ ଭୋପାଳରେ ଅଗ୍ନିବୀର ଭର୍ତ୍ତି ରାଲିରେ ଦୌଡିବା ପାଇଁ ଯାଇ ଚେତାଶୂନ୍ୟ ହୋଇପଡିଥିଲେ  ।   ଡାକ୍ତରଖାନାରେ ଭର୍ତ୍ତି କରିବାର ୪ଦିନ ପରେ ଅର୍ଥାତ ୭ ନଭେମ୍ୱରରେ ତାଙ୍କର ମୃତ୍ୟୁ ଘଟିଥିଲା  ।

ତେବେ  ଦୁଇ ଭାଇଙ୍କ  ମୃତ୍ୟୁର କାରଣ ସମାନ ହୋଇଥିବାରୁ ଡାକ୍ତର   ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଡାକ୍ତର ଆଶଂଙ୍କା କରୁଛନ୍ତି କି ଅତ୍ୟଧିକ ଷ୍ଟାମିନା ବୁଷ୍ଟର୍ ନେବା ଯୋଗୁଁ  ଏପରି ଘଟିଥାଇ ପାରେ ।

 




Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.