ଅଲଗା ହେବା ପୂର୍ବରୁ ବଡ ଘୋଷଣା କଲେ ସାନିଆ-ଶୋଏବ – Odisha Sambad


କରାଚୀ: ଭାରତର ଟେନିସ ତାରକା ସାନିଆ ମିର୍ଜାଙ୍କ ଦାମ୍ପତ୍ୟ ଜୀବନରେ ଦେଖାଦେଇଥିବା ଝଡକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ବଡ ଘୋଷଣା କରିଛନ୍ତି ସାନିଆ-ଶୋଏବ ।  ଏହି ଘୋଷଣା ପରେ ସାନିଆ-ଶୋଏବ ଏକାଠି ରହିବା  ନେଇ ଫ୍ୟାନ୍ସମାନେ ଆଶାବାଦୀ ହୋଇଛନ୍ତି । ଉଭୟ ଏକ ଟକ୍  ଶୋରେ ଏକାଠି ଦେଖା ଦେବେ ବୋଲି  ଘୋଷଣା କରିଛନ୍ତି ।

ପାକିସ୍ତାନୀ ଚ୍ୟାନେଲରେ ପ୍ରସାରିତ ହେବାକୁ ଥିବା ଏଇ ଟକ୍ ସୋ’ର ନାଁ ରହଛିଛି ‘ମିର୍ଜା ମଲିକ ସୋ’ । ଏହାର ଟକ ସେବିବା ପୋଷ୍ଟର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତାରକା ଦମ୍ପତି ଏହି ଟକ ସୋ ବିଷୟରେ ଘୋଷଣା କରିବା ପରେ ସେମାନେ ଏକାଠି ରହି ପାରନ୍ତି ଅନୁମାନ କରାଯାଉଛି ।

ସୂଚନାଥାଉ କି, ୨୦୧୦ ଏପ୍ରିଲ ୧୨ ତାରିଖରେ ସାନିଆ-ଶୋଏବଙ୍କର ବିବାହ ହୋଇଥିଲା । ହେଲେ ଉଭୟେ ଅଲଗା ହେବା ନେଇ ଗତ କିଛି ଦିନ ଧରି ଚର୍ଚ୍ଚା ଜୋର ଧରିଥିଲା । ଶୋଏବଙ୍କ ନିକଟତମ ବନ୍ଧୁ ଉଭୟଙ୍କ ତଲାକ ହୋଇ ଯାଇଥିବା କହିଥିଲେ । ପାକିସ୍ତାନୀ ମଡେଲ ଆୟଶାଙ୍କ ସହ ଶୋଏବଙ୍କ ସମ୍ପର୍କ ଏହି ବିବାହ ବିଚ୍ଛେଦର କାରଣ ବୋଲି ଅନୁମାନ କରାଯାଉଥିଲା ।

୨୦୨୧ ପରଠାରୁ ଶୋଏବ ଏବଂ ଆୟଶାଙ୍କ ସମ୍ପର୍କ ନିବିଡ ହେବାକୁ ଲାଗିଥିଲା । ଉଭୟଙ୍କୁ ଏକତ୍ର ଅନେକଗୁଡିଏ ବିଜ୍ଞାପନରେ ମଧ୍ୟ ଦେଖିବାକୁ ମିଳିଥିଲା । ନିକଟରେ ସାନିଆ ଇନଷ୍ଟାଗ୍ରାମରେ ଟୁଟେ ଦିଲ କାହାଁ ଯାତା ହେ ଲେଖିବା ପରେ ଶୋଏବଙ୍କ ସହ ସମ୍ପର୍କ ଭଲ ନ ଥିବା ଆଶଙ୍କା କରାଯାଉଥିଲା । ସାନିଆଙ୍କ ସହ ଶୋଏବ ବିଶ୍ୱାସଘାତ କରିଛନ୍ତି ବୋଲି କେତେକ ପାକିସ୍ତାନୀ ମିଡିଆରେ ମଧ୍ୟ ଖବର ପ୍ରକାଶ ପାଇଥିଲା।




Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.