ଆସିଲାନି ଆମ୍ବୁଲାନ୍ସ, ଭଡା ଗାଡିରେ ଡାକ୍ତରଖାନା ନେଲେ ପରିବାରବର୍ଗ
କର୍ଲାମୁଣ୍ଡା,୧୧/୪ : ଏହି ବ୍ଲକ ଅନ୍ତର୍ଗତ ସାପଲହରା ପଞ୍ଚାୟତ ଅଧିନସ୍ଥ କାଣ୍ଡରେଇ ଗ୍ରାମରେ ଭୋଟ ଦାନ କରିବାକୁ ଆସିଥିବା ଜଣେ ମହିଳା ବେହୋସ ହୋଇପଡିଥିଲେ । ସବୁଠାରୁ ଦୂଃଖଦ କଥା ହେଲା ତାଙ୍କୁ ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସକୁ ଡକାଯାଇଥିଲା କିନ୍ତୁ ଦୀର୍ଘ ସମୟଧରି ଆମ୍ବୁଲାନ୍ସ ନ ଆସିବାରୁ ତାଙ୍କୁ ଭଡା ଗାଡିରେ ଚିକିତ୍ସାଳୟକୁ ନିଆଯାଇଥିଲା ତାଙ୍କ ସ୍ବାମୀ ।
ଏପରି ଏକ ଅଭାବନୀୟ ଘଟଣା ଘଟିଛି ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କର୍ଲାମୁଣ୍ଡା ବ୍ଲକର କଣ୍ଡରେଇ ବୁଥ୍ ରେ । ପ୍ରାପ୍ତ ସୁଚନା ଅନୁସାରେ ଏହି ବୁଥ୍ ରେ ଇଭିଏମ ମସିନ ଖରାପ ହୋଇପଡିଥିଲା । ତେଣୁ ଦୁଇଘଣ୍ଟା ଡେରିରେ ଭୋଟ ଗ୍ରହଣ କରାଯାଇଥିଲା । ଭୋଟର ମାନଙ୍କ ସହ ଧାଡିରେ ଠିଆ ହୋଇଥିବା ସମୟରେ ବିପ୍ର ସାହୁଙ୍କ ପତ୍ନି ବୁଧବାରି ସାହୁ ଖରାରେ ଠିଆ ହୋଇଥିବାରୁ ବେହୋସ ହୋଇ ପଡିଥିଲେ । ଆମ୍ବୁଲେନ୍ସ ନଆସିବାରୁ ବିପ୍ର ନିଜେ ଗଡ଼ି ଭଡ଼ାକରି ଡାକ୍ତରଖାନାକୁ ନେଇ ଯାଇଥିଲେ ।