ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ମାଣବସା ଗୁରୁବାର ଅବସରରେ କୋକସରା ବ୍ଲକ ଲଡୁଗାଁଠାରେ ମହାଲକ୍ଷ୍ମୀ ପୁଜନୋତ୍ସବ ମହାଆଡମ୍ବରରେ ପାଳିତ ହୋଇଛି। ମଙ୍ଗଳବାର କଳଶ ଯାତ୍ରା ଆରମ୍ଭ ହୋଇଥିବା ବେଳେ ବୁଧବାର ମହାଲକ୍ଷ୍ମୀ ପୁଜନ ସହ ନଗର ପରିକ୍ରମା ହୋଇଥିଲା। କହ୍ନେଇ ଚରଣ ଦାସ ଓ ଭାରତୀ ଦାସ ପୂଜା କର୍ତ୍ତା ଭାବେ ରହିଥିବା ବେଳେ ପୁଜକ ବୃନ୍ଦାବନ ପାଢୀ ପୂଜାକାର୍ଯ୍ୟ ସମ୍ପାଦନ କରୁଛନ୍ତି। ମହାଲକ୍ଷ୍ମୀଙ୍କ ପୂଜା କାର୍ଯ୍ୟ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡ଼ିକ ଅନୁଷ୍ଠିତ ହେବା ନେଇ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ପୂଜା କମିଟିର ସଭାପତି ଆଲୋକ ରଞ୍ଜନ ଦାସ, ଉପସଭାପତି ରାକେଶ କୁମାର ମାଝୀ, ସମ୍ପାଦକ ବାସୁଦେବ ନାଏକ, ସହ ସମ୍ପାଦକ ତୁଷାର ଧ.ମାଝୀ, କୋଷାଧ୍ୟକ୍ଷ ଭୁପେନ୍ଦ୍ର କୁମାର ଦାସ ପ୍ରମୁଖ ପୂଜାକାର୍ଯ୍ୟ ପରିଚାଳନା କରୁଛନ୍ତି। ପୂରାତନ କମିଟି ସଭାପତି ଗଗନ ବିହାରୀ ଦାସ, ଉପ ସଭାପତି ରମେଶ ଚନ୍ଦ୍ର ସାହୁ, ସମ୍ପାଦକ ସୁଦର୍ଶନ ନାଏକ, ସହ ସମ୍ପାଦକ ରୂପସିଂ ଧ.ମାଝୀ, କୋଷାଧ୍ୟକ୍ଷ ଅଖିଳ ଚନ୍ଦ୍ର ଦାସ, କୋଦଣ୍ଡ ଦାସ, ଆଦିତ୍ୟ ଦାସ, ଗିରିଧାରୀ ନାଏକ, ସନ୍ତୋଷ ପଟେଲ, ଡୋଲେନ୍ଦ୍ର ଦାସ, ନିରଞ୍ଜନ ଦାସ, ପଙ୍କଜ ସାହୁ, ଟିକେଶ୍ବର ମାଝୀ, ଦେବରାଜ ଲେଞ୍ଜିଆ, ଅଖିଳ ଦାସ ପ୍ରମୁଖ ପରିଚାଳନାରେ ସହଯୋଗ କରୁଛନ୍ତି।