ତେଜୁଛି ଭାରତୀୟ କ୍ରିକେଟ ବୋର୍ଡ ଓ ପାକିସ୍ତାନ କ୍ରିକେଟ ବୋର୍ଡ ମଧ୍ୟରେ ବିବାଦ

ଓଡ଼ିଆ ବାର୍ତ୍ତା/ ନୂଆାଦିଲ୍ଲୀ: ଭାରତୀୟ କ୍ରିକେଟ ବୋର୍ଡ ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ ମଧ୍ୟରେ  ବିବାଦ ଲାଗି ରହିଥିବାବେଳେ ଏ ସମ୍ପର୍କରେ ମୁହଁ ଖୋଲିଛନ୍ତି ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦ୍ । କ୍ରିକେଟ ଦୁଇ ଦେଶର ସମ୍ପର୍କର; ସୁଧାର ଆଣିବ ବୋଲି ସେ କହିଛନ୍ତି । ବିସିସିଆଇ ଏବଂ ପିସିବି (ପାକିସ୍ତାନ କ୍ରିକେଟ ବୋର୍ଡ) ଭିତରେ ଚାଲିଥିବା ବିବାଦ ଥମିବାର ନାଁ ନେଉନାହିଁ । ୨୦୨୩ ଏସିଆ କପ୍ ପାକିସ୍ତାନରେ ହେବାକୁ ଥିବା ବେଳେ ୨୦୨୩ ଦିନିକିଆ ବିଶ୍ବକପ୍ ଭାରତରେ ହେବାକୁ ଯାଉଛି । ପୂର୍ବରୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡର ସଚିବ ଜୟ ଶାହା କହିଛନ୍ତି ଯେ, ଯଦି ପାକିସ୍ତାନ ତାର ଭେନ୍ୟୁ ପରିବର୍ତ୍ତନ ନକରେ ତେବେ ଭାରତୀୟ ଦଳ ଏସିଆ କପରେ ଅଂଶଗ୍ରହଣ କରିବ ନାହିଁ ।ସେହିପରି ପିସିବିର ଅଧ୍ୟକ୍ଷ ରମିଜ ରାଜା କହିଛନ୍ତି, ଭାରତ ଏସିଆ କପ ଖେଳିବା ପାଇଁ ପାକିସ୍ତାନ ନ ଆସିଲେ ୨୦୨୩ ଅକ୍ଟୋବରରେ ଭରତରେ ହେବାକୁ ଥିବା ଦିନିକିଆ ବିଶ୍ବକପ୍ ଖେଳିବା ପାଇଁ ପାକିସ୍ତାନ ମଧ୍ୟ ଭାରତ ଯିବ ନାହିଁ । ତେବେ ଏଥି ମଧ୍ୟରେ ପାକିସ୍ତାନର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି କ୍ରିକେଟ୍ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ସଂପର୍କ ସୁଦୃଢ କରିବାରେ ସାହାଯ୍ୟ କରେ  ଏବଂ ଭାରତୀୟ କ୍ରୀଡା ପ୍ରେମୀ ସବୁବେଳେ ଦେଖିବାକୁ ଚାହାନ୍ତି ଯେ ପାକିସ୍ତାନ ଭାରତରେ ଖେଳିବା ପାଇଁ । ଏବେ ଦେଖିବାର କଥା ରହିଲାକି ଏ ବିବାଦର ଅନ୍ତ କେବେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.