କନ୍ଧମାଳ-ବୌଦ୍ଧ ସୀମାନ୍ତ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର, ୨ ମହିଳା ମାଓବାଦୀ ନିହତ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ-ବୌଦ୍ଧ ଜିଲ୍ଲା ସୀମାନ୍ତ ଗୋଛାପଡ଼ା ଥାନା ଅଞ୍ଚଳରେ ମଙ୍ଗଳବାର ଏସ୍‌ଓଜି-ଡିଭିଏଫ୍‌ ଯବାନଙ୍କ କମ୍ବିଂ ଅପରେସନ ବେଳେ ଏନ୍‌କାଉଣ୍ଟରରେ ୨ ଜଣ ମହିଳା ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୁରକ୍ଷାକର୍ମୀମାନେ ଗୋଛାପଡ଼ା-କଣ୍ଟାମାଳ ଥାନା ଅନ୍ତର୍ଗତ ଘଞ୍ଚ ଜଙ୍ଗଲରେ ଥିବା ମାଓ କ୍ୟାମ୍ପକୁ ଧ୍ବସ୍ତ କରିବା ସହ ଉଭୟ ପକ୍ଷରୁ ଗୁଳି ବିନିମୟ ଜାରି ରହିଛି। ଗୋଛାପଡ଼ା ଥାନା ଅନ୍ତର୍ଗତ ମାଲାକେରି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଉଦ୍ଧାର କରିଛି।ସୂଚନାଯୋଗ୍ୟ, ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ ଚାଲିଥିବାରୁ ମାଓବାଦୀ ନିଶ୍ଚୟ କିଛି ଅଘଟଣ ଘଟାଇବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ‌କନ୍ଧମାଳ-ବୌଦ୍ଧ ଜିଲ୍ଲା ସୀମାନ୍ତ ଜଙ୍ଗଲରେ କମ୍ବିଂ ଅପେରସନ ଜାରି ରହିଥିବାବେଳେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷରୁ ଗୁଳି ବିନିମୟ ବେଳେ ଭୀଷଣ ଶବ୍ଦ ହେଉଥିବା କଥା ସ୍ଥାନୀୟ ଅଞ୍ଚଳବାସୀଙ୍କଠାରୁ ସୂଚନା ମିଳିଛି। ତେବେ ପୁଲିସ-ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟ କଥାକୁ କନ୍ଧମାଳ ଏସ୍‌ପି ବିନୀତ ଅଗ୍ରୱାଲ ସ୍ବୀକାର କରିଛନ୍ତି। ଗୋଛାପଡ଼ା ଥାନା ଅନ୍ତର୍ଗତ ଘଞ୍ଚ ଜଙ୍ଗଲରେ କମ୍ବିଂ ଅପରେସନ ଜାରି ରହିଛି ବୋଲି ଶ୍ରୀ ଅଗ୍ରୱାଲ କହିଛନ୍ତି। ମାତ୍ର, ଏହି ଘଟଣାରେ କେତେଜଣ ମାଓବାଦୀ ନିପାତ ହୋଇଛନ୍ତି କିମ୍ବା କେତେଜଣ ସୁରକ୍ଷା କର୍ମୀ ମୃତାହତ ହୋଇଛନ୍ତି ସେ ସମ୍ପର୍କରେ ଏସ୍‌ପି କିଛି କହିନାହାନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.