ସନ୍ଧାନ ତରଫରୁ ଗିଗିନାରେ ଦିନିକିଆ ତାଲିମ ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଗିଗିନା ମହାଶକ୍ତି ମିଶନର କମ୍ୟୁନିଟି ହଲ ଠାରେ ସ୍ୱେଚ୍ଛାସେବୀ ସଙ୍ଗଠନ ସନ୍ଧାନ ଓ ଏହାର ସହ ବନ୍ଧିତ ମାଣିକେଶ୍ୱରୀ ପ୍ରଡ୍ୟୁସର କମ୍ପାନୀ ବାଲିପଡା ତରଫରୁ ସ୍ଥାନୀୟ ପରିବା ଚାଷୀଙ୍କୁ ନେଇ ତାର ଜାଲି ବା ଜାଫ୍ରୀ ମଧ୍ୟରେ କରାଯାଉଥିବା ଡଙ୍କ ଜାତୀୟ ପରିବା ଚାଷ ବିଷୟରେ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ସନ୍ଧାନ ସ୍ୱେଚ୍ଛାସେବୀ ଅନୁଷ୍ଟାନର ନର୍ଲା ବ୍ଲକ ସଂଯୋଜକ ବସନ୍ତ ଗୁରୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ତାଲିମ ଶିବିରରେ ପ୍ରଶିକ୍ଷକ ଭାବରେ ଗିଗିନା ଗ୍ରାମ୍ୟ କୃଷି କର୍ମଚାରୀ ଜ୍ୟୋତ୍ସ୍ନା ମହାପାତ୍ର ଓ ନର୍ଲା କୃଷି ବିଭାଗ ଆତ୍ମାର ପୂର୍ବତନ ଅଧ୍ୟକ୍ଷ ତଥା ଭୀମକେଲାର ବରିଷ୍ଠ ଚାଷୀ ଅରକ୍ଷିତ ଭୋଇ ଯୋଗଦାନ କରି ଉପସ୍ଥିତ ଚାଷୀଙ୍କୁ ତାଲିମ ପ୍ରଦାନ କରିଥିଲେ । ବ୍ଲକ ସଂଯୋଜକ ଶ୍ରୀ ଗୁରୁ ପ୍ରଥମେ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ପ୍ରଶିକ୍ଷକଙ୍କ ପରିଚୟ ପ୍ରଦାନ କରି ତାଲିମ ଶିବିରର ଆଭିମୁଖ୍ୟ ପ୍ରତିପାଦନ କରିଥିଲେ । ରାସାୟନିକ ସାର ପ୍ରୟୋଗ କରାଯାଇଥିବା ପରିବା ଖାଇ ଆମେ କିଭଳି ଭାବରେ କେଉଁ ରୋଗ ସବୁର ଶୀକାର ହେଉଛୁ ସେ ବିଷୟରେ ବିସ୍ତୃତ ଭାବରେ ଚାଷୀଙ୍କୁ ବୁଝାଇବା ସହିତ ଜୈବିକ ସାର ପ୍ରୟୋଗକୁ ଗୁରୁତ୍ୱ ଦିଅନ୍ତୁ ବୋଲି କହିଥିଲେ । ଗିଗିନା ଗ୍ରାମ୍ୟ କୃଷି କର୍ମଚାରୀ ଶ୍ରୀମତୀ ମହାପାତ୍ର ରାସାୟନିକ ସାର ପ୍ରୟୋଗ ବଦଳରେ ଆମ ଆଖପାଖରେ ରହିଥିବା ବର୍ଜ୍ୟବସ୍ତୁକୁ ନେଇ କିଭଳି ଭାବରେ କମ ଖର୍ଚ୍ଚରେ ଜୈବିକ ସାର ଚାଷୀ ନିଜେ ପ୍ରସ୍ତୁତ କରି ଡଙ୍କଯୁକ୍ତ ପରିବା ଚାଷରେ ପ୍ରୟୋଗ କରି ମାଟିକୁ ଉର୍ବର ରଖିବା ସହିତ ଫସଲକୁ ରୋଗ ପୋକ ଦାଉରୁ ସୁରକ୍ଷା ଦେଇ ପାରିବ ସେ ବିଷୟରେ ବୁଝାଇଥିଲେ । ସେହିଭଳି ନର୍ଲାର ଭୀମକେଲାର ଜଣେ ସଫଳ ଚାଷୀ ଭାବରେ ପରିଚିତ ଶ୍ରୀ ଭୋଇ ଡଙ୍କଯୁକ୍ତ ପରିବା ସ୍ୱଦେଶୀ କାଙ୍କଡ, ଶିମ୍ବ, କଲରା, ଜହ୍ନି ଭଳି ଫସଲକୁ ପର୍ଯ୍ୟାୟ କ୍ରମେ ଗୋଟିଏ ଥର ତାରଜାଲି କରି ସ୍ୱଳ୍ପ ଖର୍ଚ୍ଚରେ ହାଇଜେନିକ ପରିବା ପାଇ ପାରିବା ସେ ବିଷୟରେ ଚାଷୀଙ୍କୁ ତାଲିମ ପ୍ରଦାନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.