ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଘାଟି ଜାତୀୟ ରାଜପଥ ୨୬ରେ ବିଳମ୍ବିତ ରାତ୍ରୀରେ ଅଜଣା ଗାଡି ଧକ୍କାରେ ଜଣକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପ୍ରାପ୍ତ ସୂଚନା ଅନୁସାରେ ଆମପାଣି ପଞ୍ଚାୟତ ତୀର୍ଲିଆମ ଗ୍ରାମର ସଦା ମାଝୀ (୫୪) ରାତ୍ରୀରେ ସୋଇଥାଇ ନିଦ ଭାଙ୍ଗି ଯିବାରୁ ହଠାତ ରାସ୍ତା ପଟକୁ ଚାଲି ଆସିଥିଲେ ଓ ଅଜଣା ଗାଡି ଧକ୍କା ଯୋଗୁ ମୃତ୍ୟୁ ହୋଇଥିବା ଖବର ମିଳିଛି। ସଦା ମାଝୀ ଜଣେ ମାନସିକ ବିକୃତ ହୋଇଥିବା ନେଇ ତାଙ୍କ ପୁଅ ଧର୍ମା ମାଝୀ ପୋଲିସକୁ ସୂଚନା ଦେଇଥିବା ଜଣାପଡିଛି। ଘଟଣା ସମ୍ପର୍କରେ ଆମପାଣି ପୋଲିସ ଅବଗତ ହୋଇ ଶବ ଜବତ କରିବା ସହ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଏପଟେ ପୁତ୍ରର ମୃତ୍ୟୁ ଖବର ଶୁଣି ବୃଦ୍ଧା ଶଯ୍ୟାଶାୟୀ ମା ମଧ୍ୟ କୋହ ସମ୍ଭାଳିନ ପାରି ମୃତ୍ୟୁ ବରଣ କରିଥିବା ଖବର ଶୁଣିବାକୁ ମିଳିଛି।