ରିଷିଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିବସ: ଟିଟିଲାଗଡ଼ ତୁର୍ଲା ଓ ଚିଚର୍ଲା ମଧ୍ୟରେ ସଂଘର୍ଷପୂର୍ଣ୍ଣ ଖେଳ

ଶୁକ୍ରବାର ପଞ୍ଚମ ଦିବସରେ ସୋନପୁର ଓ ତୁଷୁରା ମଧ୍ୟରେ ହେବ ପ୍ରଥମ ସେମିଫାଇନାଲ ମ୍ୟାଚ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକ ରିଷିଡା ଯୁବାମଞ୍ଚ ପକ୍ଷରୁ ବାପୁଜୀ ମିନିଷ୍ଟାଡିୟମ ଠାରେ ଚାଲିଥିବା ରିଷିଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଚତୁର୍ଥ ଦିନ ମ୍ୟାଚ ଚିଚର୍ଲା ଓ ତୁର୍ଲା(ଟିଟିଲାଗଡ଼) ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏଥିରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଉଭୟ ଦଳ ପରସ୍ପର ଳକୁ ସମାନ ଗୋଲ ଦେବାରୁ ଟ୍ରାଇବ୍ରେକରର ସହାୟତା ନିଆ ଯାଇଥିଲା l ଏଥିରେ ତୁର୍ଲା, ଟିଟିଲାଗଡ଼ ତୁର୍ଲା ଦଳ ୫-୩ରେ ଚିଚର୍ଲା ଦଳକୁ ପରାସ୍ତ କରି ବିଜୟୀ ହୋଇ ସେମିରେ ପ୍ରବେଶ କରିଛି l ମ୍ୟାଚକୁ ପିଙ୍କୁ ଚନ୍ଦନ, ସନ୍ଦୀପ ତରାଇ, ଲଳିତ ଦାସ, ଲଳିତ ସାହୁ ପରିଚାଳନା କରିଥିଲେ l ଏହି ମ୍ୟାଚରେ ବିଜୁ ଜନତା ଦଳର ରାଜ୍ୟ ପରିଷଦ ସଭ୍ୟ ଜାକିରହୁସେନ, କଳାହାଣ୍ଡି ବ୍ୟାଡ଼ମିଣ୍ଟନ ଆସୋସିଏସନର ସଭାପତି ତଥା ଜୀବନବିନ୍ଦୁ ଜିଲ୍ଲା ସଂଯୋଜକ ପ୍ରଦୀପ ଦାସ, ସ୍ୱାଗତ ଆଇଟିଆଇର ଅଧ୍ୟକ୍ଷ ପ୍ରିତି ପଟ୍ଟନାୟକ, ବ୍ଲକ ଶିକ୍ଷକ ସଙ୍ଘର ପୂର୍ବତନ ସଭାପତି ଅଶୋକ କୁମାର ତ୍ରିପାଠୀ, ଉଦ୍ୟୋଗପତି ନେମିଚାନ୍ଦ ଜୈନ, ଜାତୀୟ ପୂର୍ବତନ ଫୁଟବଲ ଖେଳାଳି ସତ୍ୟ ନାରାୟଣ ପଣ୍ଡା, ସମିତି ସଭ୍ୟ ନିମାଇଁ ବେହେରା ଅତିଥି ଭାବେ ଯୋଗଦେଇଥିଲେ l ଯୁବାମଞ୍ଚ ସଭାପତି ରଞ୍ଜନ କୁମାର ନାଏକ, ଯୁବାମଞ୍ଚ ସମ୍ପାଦକ ଉମାକାନ୍ତ ଭୋଇ ଉପସଭାପତି ଗିରିଶ ଚନ୍ଦ୍ର ସୁନା, କୈଳାଶ କୁମୁରା ଟୁର୍ନାମେଣ୍ଟ ସମ୍ପାଦକ ସୌମ୍ୟରଞ୍ଜନ ତ୍ରିପାଠୀ, ଯୁବାମଞ୍ଚ ସାଙ୍ଗଠନିକ ସମ୍ପାଦକ ସୋନୁ ରଣା, କୋଷାଧକ୍ଷ ଲିପୁନ ରଣା, ସହସମ୍ପାଦକ ଦେବେନ୍ଦ୍ର ଲେଙ୍କା, ଅଜୟ କୁମାର, କୈଳାଶ କୁମାର, ଆକାଶ କୁମାର, ପ୍ରଦୀପ ମଲ୍ଲିକ, ପପୁ ସେଠ, ଲିପୁ ସେଠ ବଣ୍ଟି ନାଏକ, ରାଜେଶ ଗଡତିଆ, ବବଲୁ ଦଣ୍ଡସେନା, ମୁକେଶ ନାଏକ, ତାରାଚନ ପୋଢ଼, ମନୋଜ ଅଗ୍ରୱାଲ ପ୍ରମୁଖ ସହଯୋଗ କରିଥିବାବେଳେ କମ୍ବୁପାଣି ସାହୁ ଓ ମଧୁସୂଦନ ବାଗ ଧାରାବିବାରଣୀ ପ୍ରଦାନ କରିଥିଲେ ।ସ୍କୋରବୋର୍ଡଦାଇତ୍ୱରେ ଗୋବର୍ଦ୍ଧନ ମାଝୀ ରହିଥିଲେ l ଆଜି ଏହି ଅବସରରେ ଜାତୀୟ ଫୁଟବଲ ଖେଳାଳି ସତ୍ୟ ନାରାୟଣ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଶୁକ୍ରବାର ପ୍ରଥମ ସେମି ଫାଇନାଲ ମ୍ୟାଚ ସୋନପୁର ଶିଆଳି ଓ ତୁଷୁରା ଇଲେଭେନ ଷ୍ଟାର ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ସଭାପତି ନରୋତ୍ତମ ସେଲମା ସୂଚନା ଦେଇଛନ୍ତି l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

 

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.