ଆଶିର୍ବାଦ ଯୋଜନାରେ ସାମିଲ ହେଲେ ୩ ଶିଶୁ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକ ବାନେର ପଞ୍ଚାୟତ କାଦୋପଦର ଗାଁର ୩ ଜଣ ଅସହାୟ ଶିଶୁ ଆଶୀର୍ବାଦ ଯୋଜନାରେ ସାମିଲ ହୋଇଛନ୍ତି। ଏହି ୩ ଜଣ ଶିଶୁଙ୍କୁ ମାସିକ ଜଣ ପିଛା ୧୫ ସହ ଟଙ୍କା ଲେଖାଏଁ ମିଳିବ। ଏହିସବୁ ସହାୟତା ରାଶି ସିଧା ସଳଖ ଶିଶୁ ମାନଙ୍କ ମାଙ୍କ ବ୍ୟାଙ୍କ ଖାତାରେ ଜମା ହେବ। ସୂଚନା ଅନୁସାରେ କାଦୋପଦର ଗାଁର ରବି କଟା ଓ ତାଙ୍କ ଧର୍ମପତ୍ନୀ ଭୂମିସୁତା କଟା ୩ ଶିଶୁ ଜିତେନ୍ଦ୍ର, ଚିନ୍ମୟୀ, ଦିଶାଙ୍କୁ ନେଇ ବେଶ ଖୁସିରେ ରହୁଥିଲେ। ତେବେ ମହାମାରୀ କରୋନାରେ ପ୍ରାଣ ହାରିଲେ ରବି। ରବିଙ୍କ ଅକାଳ ବିୟୋଗ ପରେ ଅସହାୟ ହୋଇ ପଡିଲେ ପରିବାର। ତିନି ଶିଶୁଙ୍କୁ କିପରି ମଣିଷ କରିବେ ସେହି ଚିନ୍ତାରେ ଚିନ୍ତିତ ହୋଇପଡ଼ିଲେ ବିଧବା ଭୂମିସୂତା। ଏହି ଅସହାୟ ପରିବାର ବିଷୟରେ ଜୟପାଟଣାର ତୁଲାରାମ ରଣା ସ୍ବେଛାସେବୀ ଯଶୋବନ୍ତ ରଣାଙ୍କୁ ଜଣେଇଥିଲେ। ଯଶୋବନ୍ତ ଭୂମିସୁତାଙ୍କ ସହ ଫୋନ ଯୋଗେ କଥା ହୋଇ ଆଶୀର୍ବାଦ ଯୋଜନା ବିଷୟରେ ଜଣେଇଥିଲେ ଓ ସେମାନଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟକୁ ଆସିବାପାଇଁ କହିଥିଲେ। କିଛିଦିନର ବ୍ୟବଧାନରେ ଭୂମିସୁତା ନିଜର ତିନୋଟି ଶିଶୁଙ୍କୁ ଧରି ଡିସିପିଓଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ।ସେଠାରେ ଶିଶୁମାନଙ୍କୁ ରାଜ୍ୟ ସରକାରଙ୍କ ଆଶୀର୍ବାଦ ଯୋଜନାରେ ସାମିଲ କରାଗଲା। ଆସନ୍ତା ମାସଠାରୁ ସେମାନଙ୍କ ଅର୍ଥରାଶି ଭୂମିସୁତାଙ୍କ ବ୍ୟାଙ୍କ ଖାତାକୁ ସିଧା ସଳଖ ଯିବ। ରାଜ୍ୟ ସରକାରଙ୍କ ଏହି ଯୁଗନ୍ତକାରୀ ଯୋଜନା ବିଷୟରେ ଜଣେଇ ଶିଶୁମାନଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରିଥିବାରୁ ଭୂମିସୁତା ସ୍ବେଛାସେବୀ ଯଶୋବନ୍ତ ରଣାଙ୍କୁ ଧନ୍ୟବାଦ ଜଣେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.