ମହାଲକ୍ଷ୍ମୀ ପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ତଳସାଗରପଡ଼ାଠାରେ ଚାଲିଥିବା ମାଣବସା ଗୁରୁବାର ମହାଲକ୍ଷ୍ମୀ ପୂଜା କମିଟୀ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ଦୀପ ଯଜ୍ଞ ପରେ କୀର୍ତ୍ତନ କାର୍ଯ୍ୟକ୍ରମ ଓ ପରେ ନୃତ୍ୟ, ସଂଗୀତ ଓ ହାସ୍ୟରସର ଆସର ଜମିଥିଲା । ବିଳମ୍ବିତ ରାତି ଯାଏଁ ଭରପୂର ଦର୍ଶକ ଏହି କାର୍ଯ୍ୟକ୍ରମରେ ସାମିଲ ରହିଥିଲେ । ସମାଜସେବୀ ସତ୍ୟନାରାୟଣ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଧ୍ୟାପିକ ଲିପ୍ସାମୟୀ ଦୁବେ ଏବଂ ସାମ୍ବାଦିକ ହେମନ୍ତ ସାହୁ ପରିଚାଳନା କରିଥିବାବେଳେ ଉଦୀୟମାନ ଯୁବ ମିମିକ୍ରି କଳାକାର ଓମପ୍ରକାଶ ମାଝୀ ବିଭିନ୍ନ ସ୍ୱର, ଧ୍ୱନୀ, ପାଟିରେ ବୀରବାଦ୍ୟ ଘୁମୁରା, ଯାନବାହାନ ଶବ୍ଦ, ପଶୁପକ୍ଷୀ ଶବ୍ଦ, ଅଭିନେତାଙ୍କ ସ୍ୱରର ନକଲ କରି ଦର୍ଶକଙ୍କୁ ବାନ୍ଧି ରଖିଥିଲେ । ପ୍ରଭାତି ଟେଣ୍ଡକାରୀ, ପୂଜା ରାଉତ, ମମିତା ଘିଭେଲା, ଶିବାନୀ ପାତ୍ର, ଅର୍ଚ୍ଚିତା ସାହୁ, ପ୍ରତୀକ୍ଷା, ଚୁମକି, ମୋନାଲିସା, ପ୍ରତୀକ୍ଷା, ପ୍ରାଚୀ, ପ୍ରଗତି, ଅମ୍ରିତା, ଯସ୍ମିନ, ପ୍ରଜ୍ଞା, ଲିପ୍ସା, କରନ, ଅଙ୍କିତ ପ୍ରମୁଖ ଗୀତ ଓ ନୃତ୍ୟ ପରିବେଶଷ କରିଥିଲେ । ଆୟୋଜକ କମିଟୀ ତରଫରୁ ଜ୍ୟୋସ୍ନାରାଣୀ ସାହୁ, ଗୀତାଞ୍ଜଳୀ ବିଶି, ଅବନ୍ତୀ ସାହୁ, ପରମେଶ୍ୱର ସାହୁ, ସଂଜୀବ ସାହୁ, କିଶୋର କୁମାର ନାଏକ, ଯଦୁମଣି ବିଶି, ସର୍ବେଶ୍ୱର ସାହୁ, ନିର୍ମଳା, ମୀରା ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.