ଅନଲାଇନ ପଞ୍ଜିକରଣ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତିରେ ସହାୟକ ହୋଇପାରିବେ :ରାୟଗଡା ଉପଜିଲ୍ଲାପାଳ
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଗଣତନ୍ତ୍ରକୁ ସୁଦୃଢ଼ କରିବା ନିମନ୍ତେ ଯୁବଗୋଷ୍ଠୀଙ୍କ ସଚେତନତା ଜରୁରୀ । କଲେଜ ଛାତ୍ର, ଛାତ୍ରୀ ନିଜ ପରିବାର, ସମାଜ ଓ ଗ୍ରାମାଞ୍ଚଳରେ ସୁଦୃଢ଼ ଗଣତନ୍ତ୍ରର ବାର୍ତ୍ତା ପ୍ରଚାର ସହ ଶତ ପ୍ରତିଶତ ଭୋଟରଙ୍କୁ ଭୋଟର ହେଲ୍ପ ଲାଇନ ମାଧ୍ୟମରେ ଅନଲାଇନ ପଞ୍ଜିକରଣ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତିରେ ଜଣେ ଜଣେ ନିର୍ବାଚନ ଆମ୍ବାସଡର ରୂପେ ସହାୟକ ହୋଇପାରିବେ । ସ୍କୁଲ ଓ କଲେଜର ଏନ ଏସ ଏସ, ଏନ୍ ସି ସି ଓ ଏଲେକ୍ଟରାଲ ଲିଟିରେସି କ୍ଲବ ସଦସ୍ୟ ଦ୍ବାରା ଏହାର ସଫଳ ରୂପାୟନ ହୋଇପାରିବ । ସ୍ଥାନୀୟ ଜୁପିଟର ଇଣ୍ଟର ନେସନାଲ ସ୍କୁଲ ଠାରେ ଆୟୋଜିତ ଭୋଟର ସଚେତନତା ଶିବିରରେ ଉପଜିଲ୍ଲାପାଳ ଭୀମସେନ ଶବର ଯୋଗଦେଇ ଏହା କହିଛନ୍ତି । ଏହି ଅବସରରେ ଯୋଗ୍ୟ ଭୋଟରଙ୍କୁ ଚିହ୍ନଟ କରି ପଞ୍ଜିକରଣ କରିବା ପ୍ରଣାଳି ବିଷୟରେ ପ୍ରଶିକ୍ଷଣ କରାଯାଇଥିଲା । ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡା, ବରିଷ୍ଠ ଶିକ୍ଷକ ନୀଳାଞ୍ଚଳ ମିଶ୍ର ଓ ବୁଥ ଅଧିକାରୀ ଆର ନୀଳକଣ୍ଠ ପ୍ରମୁଖ ଯୋଗଦେଇ ମତଦାନ ଅଧିକାର ଓ ଭୂମିକା ଆଲୋଚନା ସହ ଅନଲାଇନ ଭୋଟର ପଞ୍ଜିକରଣ, ପ୍ରତ୍ୟାଷିତ ଭୋଟର ଚିଂହଟ ଆଦି କରିଥିଲେ । ଉକ୍ତ ବିଦ୍ୟାଳୟର ଦିଲୀପ ଗୋଡ଼ ତଥା ଅନ୍ୟ କର୍ମକର୍ତ୍ତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।