ଜି.ଏମ. ପବ୍ଲିକ ସ୍କୁଲ ବେହେରାଠାରେ ବିଜ୍ଞାନ ମେଳା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଧର୍ମଗଡ ବ୍ଲକ ବେହେରା ଜିଏମ ପବ୍ଲିକ ସ୍କୁଲଠାରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟର ପ୍ରତିଷ୍ଠାତା ତୁଳସୀ ରାମ ଅଗ୍ରୱାଲ, ମୂଖ୍ୟ ବକ୍ତା ଭାବେ ଲଖିରାମ ଅଗ୍ରୱାଲ ମହା ବିଦ୍ୟାଳୟ ଅଧ୍ୟକ୍ଷ ନିର୍ମଳ ନାୟକ, ସମ୍ମାନୀତ ଅତିଥି ଭାବରେ ପ୍ରଶାନ୍ତ ତିୱାରୀ, ତୁଳସୀ ରାମ ବାରିକ, ଦୀନବନ୍ଧୁ ନାଏକ, ଈଶ୍ୱର ଲାଲ ଅଗ୍ରୱାଲ ପ୍ରମୁଖ ଯୋଗଦାନ କରିଥିଲେ।

Omkar Vasthu
Omkar Vasthu


କାର୍ଯ୍ୟକ୍ରମର ପ୍ରାରମ୍ଭରେ ମୂଖ୍ୟ ଅତିଥି ଏବଂ ସମ୍ମାନୀତ ଅତିଥି ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସରସ୍ୱତୀଙ୍କ ପୂଜାର୍ଚ୍ଚନା କରିଥିଲେ। ବିଦ୍ୟାଳୟର ଶିକ୍ଷୟତ୍ରୀ ସଂଗୀତା ବିଶି ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ମୁଖ୍ୟ ଅତିଥି ଏବଂ ସମ୍ମାନୀତ ଅତିଥି ବୈଜ୍ଞାନିକ ମନୋଭାବ ଓ ଶିଖିବାର ଇଚ୍ଛାକୁ ଜାଗ୍ରତ କରିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ନିଜ ନିଜ ବକ୍ତବ୍ୟରେ ପରିପ୍ରକାଶ କରିଥିଲେ।

Pearl dental clinic
Near Ashish Medical Store, Bhawanipatna


ବିଜ୍ଞାନ ମେଳାର ଶୁଭ ଉଦଘାଟନ ପରେ ପରେ ବିଦ୍ୟାଳୟ ପରିସରରେ ଥିବା ସ୍ବର୍ଗତ ଗିଗି ବାଇ ଏବଂ ମୋତିରାମ ଅଗ୍ରୱାଲଙ୍କ ପ୍ରତିମୂର୍ତ୍ତିରେ ଅତିଥି ମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ସମସ୍ତ ଅତିଥି ଛାତ୍ର ଛାତ୍ରୀ ମାନଙ୍କ ପ୍ରକଳ୍ପ ଗୁଡ଼ିକୁ ବୁଲି ଦେଖିବା ସହ ଛାତ୍ର ଛାତ୍ରୀ ମାନଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ।ଏହି ମେଳାରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ୨୯ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ବିଚାରକ ଭାବେ ଦନ୍ତେଶ୍ୱରି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରୁପେନ୍ଦ୍ର ବାଣୁଆ, ବିଜ୍ଞାନ ଶିକ୍ଷକ ଜିତେନ୍ଦ୍ର ନାଏକ ଏବଂ ନୋଡାଲ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବିକ୍ରମ ପ୍ରଧାନ ଦାୟିତ୍ଵ ତୁଲାଇଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ସଜୀବ ଆପୁ ବିଜ୍ଞାନ ମେଳାର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ, ଉପାଧ୍ୟକ୍ଷ ଇନ୍ଦ୍ରଜିତ ନାଏକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Udyog Nursery
Udyogi Nursery


ବିଜ୍ଞାନ ମେଳାର ସମସ୍ତ କାର୍ଯ୍ୟକ୍ରମକୁ ରୁପେନ୍ଦ୍ର ସୁନାନୀ ସଂଯୋଜନା କରିଥିବା ବେଳେ, ଶିକ୍ଷକ ମଙ୍ଗଳୁ ପୂଜାରୀ, ପଦ୍ମ ଲୋଚନ କାଣ୍ଡ, ତୁଲା ରାମ୍ ଗୋପାଲ, କ୍ଷମେସ୍ୱର ନାଏକ, ବିପିନ ବିହାରୀ ଘଉଡ, ସଂଗୀତା ବିଶି, ବାସମତି କଶ୍ୟପ, ପ୍ରମୋଦ ଖମାରୀ, ମିନିକେତନ ବୋଡକିଆ, ଉମେଶ ନିଆଲ, ମୁନା ଗୋପାଲ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.