ଗୋପାଳପୁର ମହାଲକ୍ଷ୍ମୀ ପୂଜା ଅବସରରେ ସାଧାରଣ ସଭା ଓ ନୃତ୍ୟ ପ୍ରତିଯୋଗିତା
ଓଡ଼ିଆ ବାର୍ତ୍ତା/କଳାହାଣ୍ଡି (ନିଲେଶ କୁମାର ନାଗ): ଧନ ଓ ଐଶ୍ୱର୍ଯ୍ୟର ଦେବୀ ମହାଲକ୍ଷ୍ମୀଙ୍କ ପୂଜା ଲାଞ୍ଜିଗଡ ବ୍ଲକର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି । ମାର୍ଗଶିର ମାସରେ ମହାଲକ୍ଷ୍ମୀଙ୍କ ଆରଧନାରେ ଉତ୍ସବ ମୁଖର ହୋଇ ଉଠିଥିଲା ପରିବେଶ । ଏହି କ୍ରମରେ ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତ ଗୋପାଳପୁରଠାରେ ମଧ୍ୟ ମହାସମାରୋହରେ ମହାଲକ୍ଷ୍ମୀ ପୂଜା ଆୟୋଜିତ ହୋଇଥିଲା । ଉଦଯାପନୀ ସନ୍ଧ୍ୟାରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ଜିଲ୍ଲା ପରିଷଦ ସଦସ୍ୟା ଅଞ୍ଜଳି ମାଝୀ, ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡେଇ, ଗୋବର୍ଦ୍ଧନପୁର ସରପଞ୍ଚ ବୈଦେହୀ ମାଝୀ, ସମିତିସଭ୍ୟା ସୁଚିତ୍ରା ମାଝୀ, ବିଜେଡି ଜିଲ୍ଲା ପରିଷଦ ଜୋନ ସଭାପତି ଚନ୍ଦ୍ରଶେଖର ମହାପାତ୍ର, ବ୍ଲକ ଯୁବ ବିଜେଡି ସଭାପତି ଡିଲେଶ କୁମାର ନାଗ, ହରିଶଙ୍କର ପାତ୍ର, ସରୋଜ ପ୍ରଧାନ, କିରଣ ମାଝୀ, ପ୍ରସନ୍ନ ପରିଡା, ସୁବନ ଭୋଇ, ସୌରଭ ପାତ୍ର, ଅଜିତ ପ୍ରଧାନ, ଶିବରାମ ପାତ୍ର ପ୍ରମୁଖ ଯୋଗଦେଇ ମହାଲକ୍ଷ୍ମୀଙ୍କ ଆଶିଷ ଭିକ୍ଷା କରିବାସହ ଆୟୋଜିତ କାର୍ଯ୍ୟକ୍ରମରେ ମଞ୍ଚାସୀନ ଥିଲେ । ମହାଲକ୍ଷ୍ମୀ ପୂଜା କମିଟିର ଉପଦେଷ୍ଟା ବିଜୟ ପାଢୀ, ଅଭିନ କୁମାର ପାଢୀ, ପୁରୁଷୋତ୍ତମ ପୁଟେଲ, ଅଶୋକ ପାଢୀ, ମହାଦେବ କରୁଆଁ, ପର୍ଶୁରାମ ଗଉଡ, ସଭାପତି ଭକ୍ତରାମ ପୁଟେଲ, ସଂପାଦକ ନୀଲେଶ ପାଢୀ, ସଞ୍ଜୟ ବିଶ୍ୱାଳ, ସୁଦର୍ଶନ ଗଉଡ, ମୋହନ ବାଗ ପ୍ରମୁଖ ଉପସ୍ଥିତ ଥିଲେ । ଯୁବ ସମାଜସେବୀ ସୁଶୀଲ କୁମାର ବାଗ ସଭା ପରିଚାଳନା କରିଥିବାବେଳେ ଅନୀଲ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ । ଏନେଇ ଅନୁଷ୍ଠିତ ନୃତ୍ୟ ପ୍ରତିଯୋଗିତାରେ ସୁନାମଧନ୍ୟ ମଞ୍ଚ ପରିଚାଳକ ସୁଧୀର ନାଏକ ମଞ୍ଚ ପରିଚାଳନା କରିଥିବାବେଳେ ବିଚାରକ ଭାବେ ପ୍ରତିଭାର ସଂପାଦକ ଚିଣ୍ଟୁ ପ୍ରସାଦ ନାଏକ ଓ ଶ୍ୱେତାଲିନା ପାତ୍ର ଯୋଗ ଦେଇଥିଲେ । ସେହିପରି ବ୍ଲକର କିଡିଙ୍ଗ, କମର୍ଦ୍ଧା, ପିପଲପଡା, ଭୁର୍ଟିଗଡ ସମେତ ଚମ୍ପାଦେଇପୁର ପଞ୍ଚାୟତର ଯୋଡାବନ୍ଧଠାରେ ମହାସମାରୋହରେ ଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି ।