ରୁପ୍ରାରେ ଆମ୍ ଆଦମୀ ପାର୍ଟିର ବିଜୟ ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆମ୍ ଆଦମୀ ପାର୍ଟି ଦିଲ୍ଲୀ ନଗର ନିଗମରେ ଐତିହାସିକ ବିଜୟ ସହ ରାଷ୍ଟ୍ରିୟ ପାର୍ଟି ମାନ୍ୟତା ପାଇଥିବାରୁ ଦେଶସାରା ବିଜୟ ଉତ୍ସବ ପାଳନ କରୁଛି ଆପ୍। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାଠାରେ ବିଜୟ ଉତ୍ସବ ପାଳନ କରିଛନ୍ତି ଦଳିୟ କାର୍ଯ୍ୟକର୍ତ୍ତା। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଆମ୍ ଆଦମୀ ପାର୍ଟି କଳାହାଣ୍ଡି ଜିଲ୍ଲା ମୁଖ୍ଯ ଉପଦେଷ୍ଟା କୃପାସିନ୍ଧୁ ନାୟକ, ଜିଲ୍ଲା ଉପ ସଭାପତି ବିକାଶ କୁମାର ସାହୁ, ଜିଲ୍ଲା ସମ୍ପାଦକ ଭଗବାନ ସାହୁ, ଜିଲ୍ଲା ମହିଳା ପ୍ରଭାରୀ ମମତା ନାୟକ, ନର୍ଲା ନିର୍ବାଚନ ମଣ୍ଡଳୀ ସଭାପତି ପି. ଶଙ୍କର ରେଡ୍ଡିଙ୍କ ସମେତ ଅନେକ ସଦସ୍ୟ ଉପସ୍ଥିତ ଥିଲେ। ନର୍ଲା ବ୍ଲକ ଆପ୍ ସଭାପତି ଏକ୍ସ-ଆର୍ମି ଭୂପିନ୍ଦ୍ର ଦୀପ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଉପ ସଭାପତି ଜୟ ସାହୁ, ଭୀମକେଲା ପଞ୍ଚାୟତ ସଂପାଦକ ଯୁଗେ ସାହୁ, ଆପ୍ ସକ୍ରିୟ କର୍ମୀ ଜଗତ ଦିପ, ଆକାଶ ଦିପ, ଚିତ ନାଗ, ଛୋଟୁ ଭାଇ ପ୍ରମୁଖ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

ଏଠାରେ ପ୍ରକାଶଯୋଗ୍ୟ ଯେ, ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ ନିର୍ବାଚନ-୨୦୨୨ରେ ଆମ୍ ଆଦମୀ ପାର୍ଟି ବିଜୟ ହାସଲ କରିଛି । ୧୫ ବର୍ଷ ଧରି ଶାସନ କରୁଥିବା ବିଜେପି ହାତରୁ ଗଡ଼ ଛଡ଼ାଇ ନେଇଛି ଆମ୍ ଆଦମୀ ପାର୍ଟି । କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି ୧୩୪ ଟି ସିଟ୍ ଜିତିଛି । ଅନ୍ୟପକ୍ଷରେ ବିଜେପି ୧୦୪ ଆସନ ପାଇ ଦ୍ୱିତୀୟ ସ୍ଥାନରେ ରହିଛି । ଏହା ବାଦ୍ କଂଗ୍ରେସ ୯ ଆସନରେ ଏବଂ ସ୍ୱାଧୀନ ପ୍ରାର୍ଥୀ ୩ ଟି ଆସନ ଅକ୍ତିଆର କରିଛନ୍ତି । ପଦ୍ମ ଗଡରେ ବିଜେପିକୁ ମାତ ଦେଇଛି ଆମ୍ ଆଦମୀ ପାର୍ଟି । କମାଲ ଦେଖାଇଲେ କେଜ୍ରିୱାଲ । ବିଜେପି ହାତରୁ ଛଡ଼ାଇ ନେଲେ ମ୍ୟାଜିକ ନମ୍ବର । ଏମସିଡ଼ି ନିର୍ବାଚନରେ ଫେଲ ମାରିଗଲା ସବୁ ଶକ୍ତି । ଏପଟେ ଆପ ଶିବିରରେ ଖୁସିର ମାହୋଲ । ଅନ୍ୟପକ୍ଷରେ ନିର୍ବାଚନ ଆୟୋଗ ଦ୍ୱାରା ଆମ୍ ଆଦମୀ ପାର୍ଟି ଆନୁଷ୍ଠାନିକ ଭାବରେ ଏକ ଜାତୀୟ ଦଳ ଭାବରେ ମାନ୍ୟତା ପାଇଥିବାରୁ ଏହି ଦଳ ବର୍ତ୍ତମାନ ଜାତୀୟ ରାଜଧାନୀରେ କେନ୍ଦ୍ର ସରକାରଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିବାର ଅଧିକାର ପାଇବ। ଦିଲ୍ଲୀ ଉପାଧ୍ୟାୟ ମାର୍ଗରେ ଦଳର ଏକ କାର୍ଯ୍ୟାଳୟ ଅଛି, ଯାହାକୁ ଦିଲ୍ଲୀ ସରକାର ବଣ୍ଟନ କରିଛନ୍ତି। ଜାତୀୟ ଦଳର ସଭାପତି ମଧ୍ୟ ସରକାରୀ ଆବାସ ପାଇବାକୁ ଯୋଗ୍ୟ ଅଟନ୍ତି। ନିୟମ ଅନୁଯାୟୀ, ଯଦି ଏକ ସ୍ୱୀକୃତିପ୍ରାପ୍ତ ଜାତୀୟ ଦଳର ସଭାପତିଙ୍କର ପୂର୍ବରୁ ସରକାରୀ ବାସସ୍ଥାନ ଅଛି, ତେବେ ତାଙ୍କୁ ଅନ୍ୟ ଏକ ବାସଗୃହ ଦିଆଯିବ ନାହିଁ। ଏଠାରେ ପ୍ରକାଶଯୋଗ୍ୟ ଯେ, ଗୁଜୁରାଟ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି ୧୨.୯୨ ପ୍ରତିଶତ ଭୋଟ୍ ସହିତ ପାଞ୍ଚଟି ସିଟ୍ ଜିତିଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.