ଓଡ଼ିଶାରେ ମିଶନ୍ ଶକ୍ତି : ଏକ ବିପ୍ଲବ

ଦିନ ଥିଲା ମହିଳାମାନେ କାହାର ଝିଅ, କାହାର ଭଉଣୀ, କାହାର ପତ୍ନୀ ଏବଂ କାହାର ମାଆ ପରିଚୟରେ ପରିଚିତି ପାଉଥିଲେ। ମାତ୍ର ସାମ୍ପ୍ରତିକ ସମୟରେ ରାଜ୍ୟର ମହିଳାମାନେ ନିଜସ୍ଵ ପରିଚୟ ସୃଷ୍ଟି କରିପାରିଛନ୍ତି। ଏହା ପଛରେ ରହିଛି ‘ମିଶନ ଶକ୍ତି’ର ଗୁରୁତ୍ୱପୂର୍ଣ୍ଣ ଭୂମିକା। ୨୦୦୧ ମାର୍ଚ୍ଚ ୮ ତାରିଖରେ ରୋପଣ ହୋଇଥିବା ଏହି କ୍ଷୁଦ୍ର ଚାରା ଏବେ ଏକ ବିଶାଳ ବୃକ୍ଷରେ ପରିଣତ ହୋଇଛି। ଏହାର ସଫଳତା ଏବେ ଆକାଶଛୁଆଁ ହୋଇଛି। ରାଜ୍ୟର ୭୦ ଲକ୍ଷ ମା’ମାନଙ୍କୁ ୬ ଲକ୍ଷ ସ୍ୱଂୟ ସହାୟକ ଗୋଷ୍ଠୀ ଜରିଆରେ ଏହା ଏକାଠି କରିପାରିଛି। ଏହି ଆନ୍ଦୋଳନକୁ ଆହୁରି ଆଗକୁ ନେବା ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଭାବରେ ମିଶନ ଶକ୍ତି ବିଭାଗ ଗଠନ କରିଛନ୍ତି ଏବଂ ସବୁ ଏସଏଚଜି କାର୍ଯ୍ୟକ୍ରମ ଏହି ବିଭାଗ ଜରିଆରେ ହିଁ କାର୍ଯ୍ୟକାରୀ କରାଯାଉଛି। ସୂଚନାଯୋଗ୍ୟ ଯେ, ୨୦୨୦ ଜୁନ୍‌ ୧ ତାରିଖରେ ମିଶନ ଶକ୍ତି ବିଭାଗ ପ୍ରତିଷ୍ଠା କରାଯାଇ ରାଜ୍ୟର ସବୁ ଏସଏଚଜି କାର୍ଯ୍ୟକ୍ରମକୁ ଗୋଟିଏ ବିଭାଗ ଅଧୀନରେ ରଖାଯାଇଥିଲା।

Omkar Vasthu
Omkar Vasthu

ଅନ୍ୟ ରାଜ୍ୟମାନଙ୍କରେ ବି ସ୍ୱୟଂ ସହାୟକ ଗୋଷ୍ଠୀ କାର୍ଯ୍ୟ କରୁଛି। ମାତ୍ର ସମ୍ପୃକ୍ତ ରାଜ୍ୟ ତଥା ଦେଶ ପାଇଁ ‘ମିଶନ ଶକ୍ତି’ କେବଳ ଏକ ଯୋଜନା। ଏ କ୍ଷେତ୍ରରେ ଓଡ଼ିଶା ଭିନ୍ନ, ଏଠାରେ ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ସ୍ୱତନ୍ତ୍ର ଭାବରେ ଗଠିତ ମିଶନ ଶକ୍ତି ବିଭାଗ ଗଠନ ହୋଇଛି। ଏହି ବିଭାଗ ପାଇଁ ସ୍ୱତନ୍ତ୍ର ବଜେଟ୍ ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନ ଏବଂ ପ୍ରଶାସନିକ ସହାୟତା ବିଭାଗକୁ ଆହୁରି ଶକ୍ତିଶାଳୀ କରିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ମିଶନ ଶକ୍ତି ତଥା ମା’ମାନଙ୍କ କାର୍ଯ୍ୟ ବଡ଼ି, ପାମ୍ପଡ଼ ଓ ଆଚାରରେ ସୀମିତ ବୋଲି ମନେକରାଯାଉଥିଲା। ଏବେ ଏମିତି କୌଣସି କ୍ଷେତ୍ର ନାହିଁ, ଯେଉଁଥିରେ ମିଶନ୍ ଶକ୍ତି ମା’ମାନଙ୍କ ସକ୍ରିୟ ଅଂଶଗ୍ରହଣ ରହିନାହିଁ। ପ୍ରତି ଗାଁ, ପଡ଼ା, ପଞ୍ଚାୟତ ଓ ପୁରପଲ୍ଲୀରେ ଜଣେ ଏସଏଚଜି ସହାୟିକାଙ୍କୁ ଦେଖିବାକୁ ମିଳୁଛି। ପ୍ରତ୍ୟେକ ପରିବାରରେ ମିଶନ ଶକ୍ତିର ସଦସ୍ୟା ଅଛନ୍ତି। ମୟୂରଭଞ୍ଜ, କେନ୍ଦୁଝର ଜଙ୍ଗଲ, ଗଞ୍ଜାମର ଅଭ୍ୟନ୍ତର, ମାଲକାନଗିରିର ସ୍ୱାଭିମାନ ଅଞ୍ଚଳ କିମ୍ବା ସୁନ୍ଦରଗଡ଼ର କୋଇଡ଼ା ବ୍ଲକ ଅଞ୍ଚଳରେ ଏସଏଚଜିର ଉପସ୍ଥିତି ରହିଛି। ଏକଦା ଘରେ ରହୁଥିବା ମହିଳାମାନେ ଏବେ ମିଶନ ଶକ୍ତି ଆନ୍ଦୋଳନର ସ୍ୱର ପାଲଟିଛନ୍ତି ଓ ଅନ୍ୟମାନଙ୍କୁ ଆଗକୁ ବଢ଼ିବାକୁ ପ୍ରେରଣା ଯୋଗାଉଛନ୍ତି।

Pearl dental clinic
Near Ashish Medical Store, Bhawanipatna

ରାଜ୍ୟର ମିଶନ ଶକ୍ତି ମା’ମାନଙ୍କ କାର୍ଯ୍ୟକ୍ରମରେ ଏକ ବିଶାଳ ପରିବର୍ତ୍ତନ ଆଣିବାର ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ସେମାନଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି । ପୂର୍ବରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଦିଆଯାଉଥିଲା। ଏହାକୁ ଏକ ଯୁଗାନ୍ତକାରୀ ପଦକ୍ଷେପ ରୂପେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହାଦ୍ବାରା ଆମର ମିଶନ ଶକ୍ତି ମା’ମାନେ ଏସ୍‌ଏଚଜିରୁ ଏସ୍‌ଏମ୍‌ଇ ବା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିବେ ଏବଂ ଆମର ଲକ୍ଷ ଲକ୍ଷ ମା’ମାନେ ଅଧିକ ଟଙ୍କାର ଋଣ ନେଇ ବଡ଼ ବଡ଼ ବ୍ୟବସାୟ କରିପାରିବେ । ମିଶନ ଶକ୍ତି ମା ମାନଙ୍କୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ଭାବରେ ପରିଣତ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଗାମୀ ୫ ବର୍ଷ ମଧ୍ୟରେ ମିଶନ ଶକ୍ତି ଗ୍ରୁପ ମାନଙ୍କୁ ପ୍ରାୟ ୫୦ ହଜାର କୋଟି ଟଙ୍କାର ଋଣ ଯୋଗାଇ ଦେବାପାଇଁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ଏହାଦ୍ବାରା ମିଶନ ଶକ୍ତିର ମା ମାନେ ସଫଳ ଉଦ୍ୟୋଗୀ ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିବେ ବୋଲି ସେ ଆଶାପ୍ରକାଶ କରିଛନ୍ତି ।

Udyog Nursery
Udyogi Nursery

ଉଲ୍ଲେଖଥାଉ କି, ୨୦୧୯ ରେ ରାଜ୍ୟ ସରକାର ମିଶନ ଶକ୍ତି ଯୋଜନା ଅଧୀନରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ବିନା ସୁଧରେ ଋଣ ଦେବା ନେଇ ଘୋଷଣା କରିଥିଲେ। ନୂଆ ଏସଏଚଜି ଗ୍ରୁପ ପାଇଁ ୧୫୦୦୦ ଟଙ୍କାର ପ୍ରାଥମିକ ଋଣ , ଡିଜିଟାଲ୍ ସଶକ୍ତିକରଣ ପାଇଁ ସ୍ମାର୍ଟଫୋନ୍ କିଣିବା ପାଇଁ ୩୦୦୦ ଟଙ୍କା ଏବଂ ୩୩୮ ଟି ବ୍ଲକ୍ ଫେଡେରେସନ୍ ପାଇଁ ୨୫ ଲକ୍ଷ ଟଙ୍କା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ମିଶନ୍ ଶକ୍ତି ୨୦୦୧ ରେ ଏକ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳାଙ୍କ ଆର୍ଥିକ ସଶକ୍ତିକରଣ ଏବଂ ଜୀବିକା ସୁଯୋଗ ପାଇଁ ସ୍ୱଳ୍ପ ସୁଧରେ ବ୍ୟାଙ୍କ ଋଣ ପ୍ରଦାନ ଲକ୍ଷ୍ୟରେ ଏକ ପ୍ରକଳ୍ପ ଭାବରେ ଆରମ୍ଭ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.