ମୋଟେର-ଡହଗାଁ ରାସ୍ତା ପୁର୍ତ୍ତ ବିଭାଗରେ ସାମିଲ ହେଲେ କଳାହାଣ୍ଡି ନବରଙ୍ଗପୁର ଜିଲ୍ଲା ଓ ଛତିଶଗଡ଼ ମଧ୍ୟରେ ଫିଟିବ ନୂତନ ବାଟ 

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ୨୬ ନମ୍ବର ଜାତୀୟ ରାଜପଥ ମୋଟେର ଫାଣ୍ଡି ଛକ ଠାରୁ ଡହଗାଁ ରାସ୍ତାକୁ ପୂର୍ତ୍ତ ବିଭାଗରେ ସାମିଲ କରିବା ପାଇଁ ଅଞ୍ଚଳବାସୀ ପକ୍ଷରୁ ଦାବି ହେଉଛି। ଏହି ରାସ୍ତା ପଞ୍ଚାୟତ ଅଧିନରେ ଥିବାବେଳ ଦିର୍ଘ ବର୍ଷରୁ ମରାମତି ସତ୍ତ୍ଵେ ଏହାର ଉନ୍ନତି ହୋଇପାରୁ ନାହିଁ। ଫଳରେ ଲୋକେ ଯାତାୟତ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କୋକସରା ବ୍ଲକର ମୋଟେର ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବରେ ସୁପରିଚିତ । ତେଣୁ ପ୍ରତିଦିନ ଏହି ରାସ୍ତା ଉପରେ ୪ଖଣ୍ଡ ପଞ୍ଚାୟତ ତାରାପୁର, ଡହଗାଁ, ମୋଟେର ଓ ଚାରବାହାଲ ପଞ୍ଚାୟତର ଅନେକ ଗ୍ରାମର ଜନସାଧାରଣ ସମେତ ନବରଙ୍ଗପୁର, ଛତିଶଗଡ଼ ଆଦି ଅଞ୍ଚଳର ଲୋକେ ନିର୍ଭର କରିଥାନ୍ତି। ରାସ୍ତାଟି ଅତ୍ୟନ୍ତ ଶୋଚନୀୟ ହୋଇଥିବା ଯୋଗୁଁ ଖରା ଦିନେ କଷ୍ଟେ ମଷ୍ଟେ ଲୋକେ ଯାତାୟତ କରୁଥିବାବେଳେ ବର୍ଷା ସମୟରେ ରାସ୍ତାର ଅବସ୍ଥା ଏକ ପ୍ରକାର ବେହାଲ ହୋଇପଡେ। ଯା’ରି ଫଳରେ ଗମନାଗମନ ଠପ୍ ହୋଇଥାଏ। ଅନ୍ୟପଟେ ପ୍ରତିବର୍ଷ ପଞ୍ଚାୟତ ପକ୍ଷରୁ ରାସ୍ତାର ମରାମତି ହେଉଥିବାବେଳେ ରାସ୍ତା ଉନ୍ନତି ହେବା ବଦଲରେ ଠିକାଦାର ମାନଙ୍କ ଉନ୍ନତି ହେବାରେ ଲାଗିଛି। ମୋଟେର ଠାରୁ ଡହଗାଁ ପର୍ଯ୍ୟନ୍ତ ପ୍ରାୟ ୬.କିମି ରହିଥିବାବେଳେ ରାସ୍ତାଟି ଥୁଆମୁଲ ରାମପୁର, କଲମପୁର, ମୋଟେର, ଡହଗାଁ, ମୁଷାପଲି, ବେହେରା ଦେଇ ନବରଙ୍ଗପୁର ଜିଲ୍ଲାର ଝରିଗାଁ ଓ ଚାନ୍ଦାହାଣ୍ଡି ଦେଇ ଛତିଶଗଡ଼ କୁ ସଂଯୋଗ କରୁଛି। ଅଞ୍ଚଳବାସୀ ପକ୍ଷରୁ ବିଭିନ୍ନ ସମୟରେ ଏହି ରାସ୍ତାକୁ ପୂର୍ତ୍ତ ବିଭାଗରେ ସାମିଲ କରିବା ପାଇଁ ପୂର୍ତ୍ତ ବିଭାଗ ଠାରୁ ଆରମ୍ଭ କରି କଳାହାଣ୍ଡି ଜିଲ୍ଲାପାଳ, ସ୍ଥାନୀୟ ବିଧାୟକ, ରାଜ୍ୟସଭା ସାଂସଦ ଓ ଅନେକ ନେତା ମନ୍ତ୍ରୀଙ୍କୁ ଦାବି କରି ଆସୁଛନ୍ତି। ଏଣୁ ଅଞ୍ଚଳବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ରାସ୍ତାକୁ ପୁର୍ତ୍ତ ବିଭାଗରେ ସାମିଲ କରାଗଲେ ଥୁଆମୁଲ ରାମପୁର ଠାରୁ ମୋଟେର, ଡହଗାଁ, ବେହେରା ଦେଇ ନବରଙ୍ଗପୁର ଜିଲ୍ଲାକୁ ଯାତାୟତ କରିବାରେ ଅଞ୍ଚଳବାସୀଙ୍କୁ ସହଜ ଓ ସୁବିଧା ହୋବା ସହିତ କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲା ଓ ଛତିଶଗଡ଼ ମଧ୍ୟରେ ନୂତନ ବାଟ ଫିଟିବ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.