ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ବୁଢ଼ାରଜା ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଶୁକ୍ରବାର ଉଦଘାଟିତ ହୋଇଛି। ବିଦ୍ୟାଳୟର ଖେଳ ଶିକ୍ଷକ ବିଶ୍ବମ୍ବର ଧ.ମାଝୀ ଓ ଲୋକନାଥ ରାଉତଙ୍କ ନେତୃତ୍ବରେ ପ୍ରଥମେ ଆମପାଣି ର ଆରାଧ୍ୟ ଦେବ ପ୍ରଭୁ ବୁଢ଼ାରଜାଙ୍କ ମନ୍ଦିରରୁ ପୂଜାର୍ଚ୍ଚନା ପରେ ଏକ ମଶାଲ ଶୋଭାଯାତ୍ରାରେ ବାହାରି ବିଦ୍ୟାଳୟ ନିକଟକୁ ପହଞ୍ଚି ଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭାଗ୍ୟବାନ ବାଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆମପାଣି ସରପଞ୍ଚ ରୁକ୍ମିଣୀ ବାଣୁଆଁ ଯୋଗଦେଇ କ୍ରିଡ଼ା ପତାକା ଉତ୍ତୋଳନ କରି କ୍ରିଡ଼ା ଉତ୍ସବ କୁ ଉଦଘାଟନ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ନେଇ ଶହେ ଓ ଦୁଇ ଶହ ମିଟର ଦୈାଡ, ସ୍ଳୋ ସାଇକେଲ, ଲମ୍ବଡିଆଁ, ଉଚ୍ଚଡିଆଁ, ସର୍ଟପୁଟ୍, ଡିସକସ ଥ୍ରୋ, ପଟାଟୋ ରେସ, ମ୍ୟୁଜିକ ଚେୟାର ଆଦି ଖେଳ କୁଦ ଆରମ୍ଭ ହୋଇଥିବାବେଳେ ତିନି ଦିନ ଧରି ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଅଶ୍ଵିନୀ କୁମାର ଦାସ, ପ୍ରଶାନ୍ତ ପଣ୍ଡା, ଅମୁଲ୍ୟ କୁମାର ନାଏକ, ଲିଜୟା ନନ୍ଦ ସାହୁ, ତପନ କୁମାର ମେହେର, ଦୟାସଂ ନାଏକ, ସୁରେନ୍ଦ୍ର ଗଣ୍ଡ, ସରୋଜ କୁମାର ପଡିହାରୀ, ମନ୍ଦାକିନୀ ନାଏକ, କିରାଣୀ ପରିକ୍ଷିତ ମାଝୀ, ଗୋପବନ୍ଧୁ ନାଏକ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହେଯାଗ କରିଥିଲେ।