ରୁଷ୍ ଜିତିବ କିମ୍ୱା ବିଶ୍ୱ ନାଶ ହେବ -ଆଲେକଜାଣ୍ଡାର ଡୁଗିନ୍

ଓଡ଼ିଆ ବାର୍ତ୍ତା/ ମସ୍କୋ: ୟୁକ୍ରେନ ସହିତ ଯୁଦ୍ଧ ଜାରି ରଖିଥିବାବେଳେ ରୁଷ ପଟରୁ ଆଉ ଏକ ଚରମ ଚେତାବନୀ ସାରା ବିଶ୍ୱବାସୀଙ୍କୁ ଚକିତ କରିଛି । ‘ରୁଷ ଜିତିବ, ନୋଚେତ୍ ବିଶ୍ୱ ନାଶ ହେବ’; ଏପରି କହିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ବ୍ରେନ ବୋଲାଉଥିବା ଆଲେକଜାଣ୍ଡାର ଡୁଗିନ୍ । ୧୦ ମାସ ହେଲାଣି ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ରୁଷ । ଏଥିରେ ବିରାମ ନଆଣି ଆଗକୁ ବିଶ୍ୱ ନାଶ ନେଇ ଧମକରେ ପ୍ରତିକ୍ରିୟା ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେଁସ୍କି । ବାରମ୍ବାର ହାରିବା ସତ୍ତ୍ୱେ ପଛକୁ ହଟୁନି ରୁଷ । ଆଗକୁ ବଡ଼ ଆକ୍ରମଣ କରିବାକୁ ରୁଷର ଯୋଜନା ରହିଛି । ଜେଲେଁସ୍କି କହିଛନ୍ତି, ତାଙ୍କ ଦେଶର ଖେରାସନ ସହରରୁ ରୁଷୀୟ ସେନା ପଛକୁ ହଟିବା ପରେ ଡୁଗିନ୍ ଏପରି ବୟାନ ଦେଉଛନ୍ତି ।ଭାରତର ଏକ ନ୍ୟୁଜ୍ ଚ୍ୟାନେଲ ସହିତ କଥା ହେଲାବେଳେ ଡୁଗିନ କହିଥିଲେ, ଏହା ଏକଧ୍ରୁବୀୟ ବିଶ୍ୱ ବ୍ୟବସ୍ଥା ବିରୁଦ୍ଧରେ ବହୁଧ୍ରୁବୀୟ ବିଶ୍ୱ ବ୍ୟବସ୍ଥାର ଯୁଦ୍ଧ । ଏହା ରୁଷ,ୟୁକ୍ରେନ କିମ୍ୱା ୟୁରୋପ ବିରୁଦ୍ଧରେ ନୁହେଁ, ଏହା ପଶ୍ଚିମ କିମ୍ୱା ବାକି ଦେଶଗୁଡିକ ବିରୋଧରେ ନୁହେଁ, ବଂର ଏହା ଦାଦାଗିରି ବିରୁଦ୍ଧରେ ମାନବତାର ଯୁଦ୍ଧ । ୬୦ ବର୍ଷୀୟ ଡୁଗିନ ଜଣେ ପ୍ରଭାବଶାଳୀ ଲେଖକ, ରାଜନୈତିକ ଦାର୍ଶନିକ ଓ ବିଶ୍ଳେଷକ । ୩୦ରୁ ଅଧିକ ପୁସ୍ତକ ଲେଖିଥିବା ଡୁଗିନଙ୍କୁ ‘ପୁତିନଙ୍କ ଦାର୍ଶନିକ’ ଓ ‘ପୁତିନଙ୍କ ମସ୍ତିଷ୍କ’ ବୋଲି କୁହାଯାଏ । ତେଣୁ ଏଥିରୁ ଅନୁମାନ କରାଯାଉଛିଯେ, ୟୁକ୍ରେନ ଯୁଦ୍ଧ ସହିତ ପୁତିନ ତୃତୀୟ ବିଶ୍ୱଯୁଦ୍ଧର ଯୋଜନା କରୁନାହାଁନ୍ତି ତ? ଜଣେ ସୁଶାସକ ଓ ପ୍ରଭାବଶାଳୀ ରାଷ୍ଟ୍ରମୁଖ୍ୟ ଭାବେ ତାଙ୍କ କ୍ଷେତ୍ରରେ ଏହା ଭାବିବା ନିଶ୍ଚିତ ଭାବେ ବଡ଼ କଥା । ଏହା ବିଶ୍ୱସମୂହ ଏକ ସଙ୍କେତ ଭାବେ ଗ୍ରହଣ କରିବା ଉଚିତ୍ ବୋଲି କେହି କେହି ପରାମର୍ଶ ଦେବା ଆରମ୍ଭ କଲେଣି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.