ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକର ବିଭିନ୍ନ ଧାନ ମଣ୍ଡି ପରିଦର୍ଶନ କରି ଚାଷୀଙ୍କ ସହ ଆଲୋଚନା କରିଛନ୍ତି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ। ଜୟପାଟଣା ବ୍ଲକ ଅନ୍ତର୍ଗତ ସର୍ଗିଗୁଡା, ଅଁଳାଭଟ୍ଟା, ବଡ଼ ପୁଝାରୀଗୁଡା, ଉଚ୍ଚଳା, ରେଙ୍ଗାଲପାଲି, ଭଇଁରି ପାଲି, ବାନେର ମଣ୍ଡି ଗସ୍ତ କରି ବିଧାୟକ ଶ୍ରୀ ଦିଶାରୀ ଚାଷୀମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ବୁଝିଥିଲେ। ଚାଷୀ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ବିଧାନ ସଭାରେ ଉଠେଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଶ୍ରୀ ଦିଶାରୀ। ଏହି ଅବସରରେ ଜୟପାଟଣା ବ୍ଲକ ବିଜୁ ଜନତା ଦଳ ସଭାପତି ମିନକେତନ ପୁଝାରୀ, ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ଦେବ ପୁଝାରୀ, ଦେବ କିଶୋର ନାଏକ ଆଥି ଉପସ୍ଥିତ ରହିଥିବା ବେଳେ ରେଙ୍ଗାଲପାଲି ମଣ୍ଡି ଠାରେ ଚାଷୀ ମାନଙ୍କ ଉପସ୍ଥିତିରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଜୟପାଟଣା ବ୍ଲକ ଉପାଧ୍ୟକ୍ଷ ପ୍ରତିନିଧି ଳାବାଣ୍ୟ ବାଣୁଆ, ବିଜେଡି ପଞ୍ଚାୟତ ସଭାପତି ଧୃବ ସାହୁ, ଦିପଚନ୍ଦ ସାହୁ, ଜଗଜୀବନ ନାଏକ, ସେବା ସମବାୟ ସମିତିର ନିର୍ଦେଶକ ଧନେଶ୍ଵର ପୁଞ୍ଜି, ଅନ୍ତରାମ ବାଣୁଆ ଓ ଚାଷୀମାନେ ଉପସ୍ଥିତ ମଣ୍ଡି ସମସ୍ୟା ଉପରେ ଆଲୋକପାତ କରିଥିଲେ।