ଟାଉନ ଥାନାରେ ହାଜର ହେଲେ ସଂପୃକ୍ତ ଶିକ୍ଷୟତ୍ରୀ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ କିଡିଙ୍ଗ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ଲିଳାବତୀ ନାଗଙ୍କ ଅପହରଣ ଘଟଣାର ନାଟକୀୟ ଅନ୍ତ ଘଟିଛି। ପରିବାରବର୍ଗଙ୍କ ଦ୍ବାରା ଅପହରଣ ଅଭିଯୋଗର ୪ଦିନ ପରେ ଆଜି (ସୋମବାର) ସଂପୃକ୍ତ ଶିକ୍ଷୟତ୍ରୀ ଲିଳାବତୀ ନାଗ ଅପହରଣ ଘଟଣାର ଅଭିଯୁକ୍ତ ବଳଭଦ୍ର ପ୍ରତ୍ରିକାଙ୍କ ସହିତ ଭବାନୀପାଟଣା ଟାଉନ ଥାନାରେ ହାଜର ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ତଥା ଅପହରଣ ଅଭିଯୋଗ ହେବା ଦିନ ହିଁ ସେମାନେ ରାୟଗଡାର ମାଝୀଗୈାରୀ ମନ୍ଦିରରେ ବିବାହ କରିଥିବା ଏକ ସତ୍ୟପାଠରେ ଦର୍ଶାଯାଇଛନ୍ତି। ଏନେଇ ଶିକ୍ଷୟତ୍ରୀ ଲିଳାବତୀ ଓ ବଳଭଦ୍ର ଥାଉନ ଥାନାର ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ବୟାନ ଦେଇଥିବା ଜଣାପଡିଛି।