‘ସଂସଦରେ ଶାସକ ଦଳ ନେତା ପିନ୍ଧିଲେ ମାସ୍କ, ବିରୋଧୀ ପିନ୍ଧିଲେନି’


ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ, ଲୋକସଭା ବାଚସ୍ପତି ଓମ ବିର୍ଲା ଏବଂ ଅନ୍ୟ ସାଂସଦମାନେ ଗୁରୁବାର ଦିନ ସଂସଦ ଚାଲିଥିବା ବେଳେ ମାସ୍କ ପିନ୍ଧିଥିବାର ନଜର ଆସିଛନ୍ତି। ଲୋକସଭାରେ ବାଚସ୍ପତି ଓମ ବିର୍ଲା ମଧ୍ୟ ସମସ୍ତ ସାଂସଦଙ୍କୁ ମାସ୍କ ପିନ୍ଧିବାକୁ ଏବଂ କୋଭିଡ ଉପଯୁକ୍ତ ଆଚରଣ ବିଷୟରେ ସଚେତନତା କରିବାକୁ ଅନୁରୋଧ କରିଥିଲେ।

ପୂର୍ବତନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ଯେ କୋଭିଡ ବିରୋଧରେ ମାସ୍କ ଯଥେଷ୍ଟ ପ୍ରଭାବଶାଳୀ ଏବଂ ସମସ୍ତଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡିବ। ମାସ୍କ ପିନ୍ଧିବାରେ କୌଣସି କ୍ଷତି ନାହିଁ କାରଣ ଏହା ବାୟୁମଣ୍ଡଳରେ ଥିବା ପ୍ରଦୂଷକୁ ଏହା ସୁରକ୍ଷା ଦିଏ ବୋଲି ଏହା କହିଛନ୍ତି।

ଚୀନରେ ଚିହ୍ନଟ ହୋଇଛି ଓମିକ୍ରନର BF.7 ସବ୍-ଭାରିଆଣ୍ଟ। ଯେଉଁଥିପାଇଁ ସେଠାରେ ସଂକ୍ରମଣ ଅଧିକ ବଢିବାରେ ଲାଗିଛି। ଏହାରି ଭିତରେ ଓଡ଼ିଶାର ଜଣେ ଏବଂ ଭାରତରେ ଚାରୋଟି ମାମଲା ଚିହ୍ନଟ ହୋଇଥିବା ସୂଚନା ରହିଛି।

ରାଜ୍ୟସଭାରେ ମାସ୍କ ପିନ୍ଧିଥିବାର ନଜର ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଖବର ଲେଖା ହେବା ବେଳେ ଏକ ଉଚ୍ଚ ସ୍ତରୀୟ ବୈଠକ କରି କୋଭିଡ ସ୍ଥିତିର ସମୀକ୍ଷା କରୁଛନ୍ତି।

ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ ସଂସଦର ଉଭୟ ସଦସ୍ୟଙ୍କ ମୁହଁ ମାସ୍କ ପିନ୍ଧିବାକୁ ଅନୁରୋଧ କରିଥିଲେ କିନ୍ତୁ ବିରୋଧୀ ଦଳର ନେତାମାନେ ମାସ୍କ ପିନ୍ଧି ନଥିଲେ, ଯାହାକି କୋଭିଡ ଗାଇଡଲାଇନ ପ୍ରତି ସେମାନଙ୍କର ମନୋଭାବ ପ୍ରଦର୍ଶନ କରିଥାଏ ବୋଲି ସେ କହିଛନ୍ତି।

 

ଚୀନ ପରେ ଭାରତରେ ଚିହ୍ନଟ ହୋଇଥିବା BF.7 ଭେରିଆଣ୍ଟ ଓମିକ୍ରନଠୁ ମାରାତ୍ମକ!

 

 



Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.