ନିର୍ବାଚନ ପାଇଁ ଇଲେକ୍ସନ କମିଶନଙ୍କ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ତ୍ରିପୁରାରେ ନିରପେକ୍ଷ ବିଧାନସଭା ନିର୍ବାଚନ ପାଇଁ ଇଲେକ୍ସନ କମିଶନଙ୍କ ପ୍ରସ୍ତୁତି ବୈଠକ। ଗୁରୁବାର ରାଜ୍ୟର ସବୁ ଦଳର ପ୍ରତିନିଧିମାନଙ୍କ ସହ ନିର୍ବାଚନ କମିଶନଙ୍କ ବୈଠକ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ସହ ଇସି ଅନୁପ ଚନ୍ଦ୍ର ପାଣ୍ଡେ ଓ ଅରୁଣ ଗୋୟଲ ମଧ୍ୟ ଏହି ବୈଠକ ଉପସ୍ଥିତ ଥିଲେ। ବୈଠକ ସରିବା ପରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଇସି। ରାଜ୍ୟରେ ସ୍ୱଚ୍ଛ ଓ ନିରେପକ୍ଷ ନିର୍ବାଚନ କରିବା ପ୍ରଥମ ଲକ୍ଷ୍ୟ ରହିବ ବୋଲି ସିଇସି ରାଜୀବ କୁମାର କହିଛନ୍ତି। ତେବେ ପ୍ରଥମ କରି ମତଦାନ କରୁଥିବା ଭୋଟରଙ୍କ ପାଇଁ ଭୋଟର ଜାରି ହୋଇସାରିଛି। ମହିଳା ଓ ଉଭୟଲିଙ୍ଗୀଙ୍କ ପାଇଁ ନାମାଙ୍କନ ଜାରି ରହିଛି ବୋଲି ଇସିଙ୍କ ସୂଚନା  ଦେଇଛନ୍ତି। ସେହିପରି ଭିନ୍ନକ୍ଷମ ବୟସ୍କ ବ୍ୟକ୍ତିଙ୍କ ପାଇଁ ମଧ୍ୟ ଅଲଗା ଅଲଗା ବ୍ୟବସ୍ଥା ହୋଇଛି। ଭିନ୍ନକ୍ଷମ ଭୋଟର ସକ୍ଷମ ଆପ୍ ମାଧ୍ୟମରେ ଭୋଟ୍ ଦେବେ ଓ ବରିଷ୍ଟ ନାଗରିକଙ୍କ ପାଇଁ ଆବଶ୍ୟକ ପଡ଼ିଲେ ଘରକୁ ଯାଇ ଭୋଟ ନିଆଯିବ। ଏହାର ଭିଡିଓ ରେକର୍ଡ ରହିବ ବୋଲି ଇସି କହିଛନ୍ତି। ଚଳିତ ଥର ତ୍ରିପୁରାରେ ୨୮.୧୩ ଲକ୍ଷ ପଞ୍ଜିକୃତ ଭୋଟର ରହିଥିବା ସୂଚନା ମିଳିଛି। ଆଜିର ଏହି ନିର୍ବାଚନୀ ପ୍ରସ୍ତୁତି ବୈଠକରେ ବିଭିନ୍ନ ରାଜନୈତିକ ଦଳର ନେତା ଯୋଗଦେଇଥିଲେ। ଏଥିରେ ବିଜେପି ପ୍ରତିନିଧି ଅଶୋଖ ସିହ୍ନା, କେନ୍ଦ୍ର ପର୍ଯ୍ୟବେକ୍ଷକ ଡ. ମହେଶ ଶର୍ମା, କଂଗ୍ରେସ ପିସିସି ସଭାପତି ବିରାଜିତ ସିହ୍ନା, ବିଧାୟକ ସୁଦୀପ ରୟବର୍ମନ, ଟିଏମ୍‌ସି ରାଜ୍ୟ ସଭାପତି ପିୟୁଷ ବିଶ୍ୱାସ, ସିପିଆଇଏମ୍ ସମ୍ପାଦକ ଜିତେନ ଚୌଧୁରୀ, ବିଧାୟକ ରତନ ଦାସ ଏବଂ ଅନ୍ୟ ନେତାମାନେ ଯୋଗ ଦେଇଥିଲେ। ଜାନୁଆରୀ ୧୫ ତାରିଖରେ ନିର୍ବାଚନ କମିଶନ ରାଜ୍ୟରେ ବୈଠକ ସାରି ଦିଲ୍ଲୀ ଫେରିବାକୁ ଥିବା ବେଳେ। ଜାନୁଆରୀ ୧୬ ଓ ୧୭ ତାରିଖ ମଧ୍ୟରେ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରାଯିବ ବୋଲି ସୂଚନା ମିଳିଛି।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.