ବିଦେଶରେ ବନ୍ଦେ ଭାରତ ଏକ୍ସପ୍ରେସକୁ ନେଇ ଚର୍ଚ୍ଚା, ରପ୍ତାନୀ ପାଇଁ ଚିନ୍ତା କରୁଛି ମନ୍ତ୍ରାଳୟ

Omkar Vasthu
Omkar Vasthu


Pearl dental clinic
Near Ashish Medical Store, Bhawanipatna

ନୂଆଦିଲ୍ଲୀ: ବନ୍ଦେ ଭାରତ ଟ୍ରେନକୁ ବିଶ୍ୱ ସ୍ତରୀୟ କରାଯାଉଛି। ରେଳ ମନ୍ତ୍ରଣାଳୟ ଏହି ଟ୍ରେନକୁ କେନ୍ଦ୍ର ସରକାରଙ୍କ ମେକ୍ ଇନ୍ ଇଣ୍ଡିଆ ଅଧୀନରେ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ସହିତ ରପ୍ତାନୀ ଅନୁକୂଳ କରିବ। ଏଥିପାଇଁ ଟ୍ରେନର ସ୍ପୀଡ ବଢାଇବା ସହିତ ଅନେକ ବୈଶୟିକ ଫିଚର ଅପଡେଟ୍ କରୁଛି। ଏହି ସେମି ହାଇ ସ୍ପୀଡ୍ ଟ୍ରେନ ଶତାଦ୍ଦୀ ଏକ୍ସପ୍ରେସର ବିକଳ୍ପ ଭାବରେ ଚାଲୁଥିବାରୁ ଏହି ଟ୍ରେନ୍ ସଂଖ୍ୟା ୪୭୫ ରେ ପହଞ୍ଚିବା ପରେ ରପ୍ତାନୀ ପାଇଁ ଚିନ୍ତା କରାଯାଉଛି।

Udyog Nursery
Udyogi Nursery

ରପ୍ତାନୀ ପାଇଁ ଭାରତ ଏସୀୟ ଏବଂ ଆଫ୍ରିକୀୟ ଦେଶ ଉପରେ ନଜର ରଖିଛି। ଘରୋଇ ଚାହିଦା ପୂରଣ ହେବା ପରେ ରପ୍ତାନୀ ଉପରେ ଧ୍ୟାନ ଦିଆଯିବ। ମନ୍ତ୍ରଣାଳୟ ସୂତ୍ର ଅନୁଯାୟୀ ବାଂଲାଦେଶ, ଶ୍ରୀଲଙ୍କା ଏବଂ ନେପାଳ ସମେତ ଦକ୍ଷିଣ ଏସିଆର କିଛି ଦେଶ ବନ୍ଦେ ଭାରତ ଟ୍ରେନ୍ ପ୍ରତି ଆଗ୍ରହ ଦେଖାଇଛନ୍ତି। ସେମାନଙ୍କ ଟିମ୍ ମଧ୍ୟ ଭାରତ ଗସ୍ତ କରିଛନ୍ତି। ଆଗ୍ରହ ଦେଖାଇଥିବା ଦେଶକୁ ପ୍ରତ୍ୟେକଙ୍କୁ ଗୋଟିଏ ରେକ୍ ପଠାଇବାକୁ ପ୍ରସ୍ତୁତି ଚାଲିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସିକନ୍ଦରାବାଦରୁ ବିଶାଖାପାଟନମ୍ ମଧ୍ୟରେ ବନ୍ଦେ ଭାରତ ସଂସ୍କରଣର ଅଷ୍ଟମ ଟ୍ରେନକୁ ପତାକା ଉତ୍ତୋଳନ କରିବାକୁ ଯାଉଛନ୍ତି। ପ୍ରଥମ ଟ୍ରେନ୍ ୧୫ ଫେବୃଆରୀ ୨୦୧୯ ରେ ନୂଆଦିଲ୍ଲୀ-ବାରାଣାସୀ ମାର୍ଗରେ ଯାତ୍ରା କରିଥିଲା। ଚଳିତ ବର୍ଷ ଅଗଷ୍ଟ ୧୫ ସୁଦ୍ଧା ୭୫ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଚଳାଇବାକୁ ଲକ୍ଷ୍ୟ ରଖାଯାଇଛି।

ଅନ୍ୟ ୨୦୦ ଟ୍ରେନ ଦୁଇ ବର୍ଷ ମଧ୍ୟରେ ଚାଲିବ। ୨୦୨୬ ସୁଦ୍ଧା ମୋଟ ୪୭୫ ବନ୍ଦେ ଭାରତ ଟ୍ରେନ୍ ଚଳାଇବାକୁ ଯୋଜନା ଅଛି। ପ୍ରଥମ ସଂସ୍କରଣର ସମସ୍ତ ଟ୍ରେନ୍ କେବଳ ବସିବା ପାଇଁ ହେବ, କିନ୍ତୁ ଏହା ପରେ ଦୁଇ ଶହ ଟ୍ରେନ୍ ସ୍ଲିପର କ୍ଲାସ ହେବାକୁ ଯାଉଛି। ଚେନ୍ନାଇର ଇଣ୍ଟିଗ୍ରାଲ୍ କୋଚ୍ କାରଖାନାରେ ପ୍ରତି ମାସରେ ପ୍ରାୟ ଦଶଟି ଟ୍ରେନ୍ ନିର୍ମାଣ କରାଯାଉଛି।  ଏହାର ସର୍ବାଧିକ ସ୍ପୀଡ ୧୬୦ କିଲୋମିଟର। ଏହା ଆରମ୍ଭ ହେବାର ମାତ୍ର ୧୪୦ ସେକେଣ୍ଡ ମଧ୍ୟରେ ଏହି ଟ୍ରେନ୍ ଟପ ସ୍ପୀଡ ହାସଲ କରିପାରିବ।

 

 



Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.