ପ୍ରଯୁକ୍ତି ବିଦ୍ୟା ଓ ପ୍ଲସ କରିକୁଲମ ନିମନ୍ତେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ତାଲିମ ଶିବିର

ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ଦୃଷ୍ଟିହୀନ ପିଲାମାନଙ୍କର ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି କରିବା ପାଇଁ ସରକାରୀ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ପ୍ରଯୁକ୍ତି ବିଦ୍ୟା ଓ ପ୍ଲସ କରିକୁଳମ ତାଲିମ ଶିବିର ହୋଟେଲ ରୟାଲ ମିଡ଼ଟାଉନ ଭବାନୀପାଟଣା ଠାରେ ଆୟୋଜିତ ହୋଇଯାଇଛି। ସାଇଟସେଭର ଏବଂ ଜିଲ୍ଲା ସମଗ୍ର ଶିକ୍ଷାର ମିଳିତ ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୪୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ଓ ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜିକା ଲିପିକା ଅପରାଜିତା ଯୋଗଦାନ କରି ତାଲିମର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ବିଷୟରେ ବୁଝାଇ ଥିଲେ। ଏହି କାର୍ଯ୍ୟକ୍ରମକୁ ସାଇଟସେଭର୍ସ ତରଫରୁ ପ୍ରକଳ୍ପ ପରିଚାଳକ ଯୋଗେଶ୍ୱର ବୁଧିଆ ପରିଚାଳନା କରିଥିବାବେଳେ ଲିପନ କୁମାର ଜାଲ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.