ISIS ବରିଷ୍ଠ ସଂଚାଳକ ସହ ୧୦ ଆତଙ୍କବାଦୀ ସଫା

ଓଡ଼ିଆ ବାର୍ତ୍ତା/ ୱାଶିଟନ ଡିସି: ସୋମାଲିଆରେ ଆତଙ୍କବାଦୀ ସଫେଇ ଅଭିଯାନ ଜାରି ରଖିଛି ଆମେରିକା। ଉତ୍ତର ସୋମାଲିଆରେ ପ୍ରାଦୁର୍ଭାବ ବଢ଼ାଇଥିବା ଇସ୍ଲାମିକ ଷ୍ଟେଟ୍ ଆତଙ୍କବାଦୀଙ୍କର ବିରୋଧରେ ଆମେରିକା ନିଜର ସ୍ୱତନ୍ତ୍ର ଅପରେସନ ଚଳାଇଛି। ଏହି ଅପରେସନରେ ଜାନୁଆରୀ ୨୫ ତାରିଖରେ ଆମେରିକା ସେନା ଆତଙ୍କବାଦୀ ସଂଗଠନ ଆଇଏସ୍‌ର ବରିଷ୍ଠ ନେତା ବିଲାଲ ଅଲ ସୁଦାନୀକୁ ମାରି ଦେଇଛି। ତା ସହିତ ଅନ୍ୟ  ୧୦ ଆତଙ୍କାଦୀଙ୍କର ବି ଏଥିରେ ମୃତ୍ୟୁ ହୋଇଛି। ତେବେ ଆକ୍ରମଣରେ କୌଣସି ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇ ନଥିବା ଆମେରିକା ପ୍ରତିରକ୍ଷ ସଚିବ ଲିଓଡ ଅଷ୍ଟିନ କହିଛନ୍ତି। ଗୁରୁବାର ହେଲିକପ୍ଟର ଯୋଗେ ଆତଙ୍କୀ ଆଡ୍ଡା ଉପରେ ଏହି ଆକ୍ରମଣ କରାଯାଇଥିଲା। ଏଥିରେ ଆଇଏସ୍‌କୁ ପାଣ୍ଠି ଯୋଗାଣର ବ୍ୟବସ୍ଥା କରୁଥିବା ମୁଖ୍ୟ ଆତଙ୍କବାଦୀ ଅଲ ସୁଦାନୀର ମୃତ୍ୟୁ ହୋଇଛି ବୋଲି ଆମେରିକା ଦାବି କରିଛି। ତେବେ ସୋମାଲିଆରେ ଆତଙ୍କବାଦୀ ସଫେଇ ନେଇ ଗତ ସପ୍ତାହରେ ମିଶନ ବିଷୟରେ ସୂଚନା ଦେଇଥିଲେ ରାଷ୍ଟ୍ରପତି ଜୋ ବାଇଡେନ୍। ମାସାଧିକ କାଳ ଅପରେସନ ଚଳାଇବା ପରେ ଏହି ଟାର୍ଗେଟ୍ କରାଯାଇଥିଲା। ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶକ୍ରମେ ଏହି ଆକ୍ରମଣ କରାଯାଇଥିବା  ଲଏଡ୍ ଅଷ୍ଟିନ୍ କହିଛନ୍ତି। ଅଲ୍‌ ସୁଦାନୀ ସମ୍ପର୍କରେ ସୂଚନା ଦେଇ ଲଏଡ୍ ଅଷ୍ଟିନ କହିଛନ୍ତି ଯେ ଏହି ଆତଙ୍କବାଦୀ କିଛି ବର୍ଷ ହେଲା ଆମେରିକା ଗୁଇନ୍ଦା ସଂସ୍ତାର ରାଡାରରେ ଥିଲା।  ଅଲ୍‌ ସୁଦାନୀ ଆଫ୍ରିକାରେ ଆଇସଏ୍‌ଆଇଏସ୍‌ର ସଂଚାଳନ କରିବା ସହ ଆଫଗାନିସ୍ତାନରେ ସକ୍ରିୟ ଆତଙ୍କୀ ସଂଗଠନ ଆଇଏସ୍‌ଆଇଏସ୍-କେକୁ ଆର୍ଥିକ ସହଯୋଗ ଯୋଗାଉଥିଲା। ଏହା ବାଦ୍ ସୁଦାନୀ ଅନ୍ୟ ଆଇଏସ୍ ସଂଚାଳକ ହୁସେନ ଅବାଦିଗ୍ଗା ସହ ମିଶି ଦକ୍ଷିଣ ଆଫ୍ରିକାରେ ଯୁବକଙ୍କୁ ସଂଗଠନରେ ଭର୍ତ୍ତି କରୁଥିଲା ବୋଲି ଆମେରିକା ଟ୍ରେଜେରି ବିଭାଗ ସୂଚନା ଦେଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.