ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ SPG ସୁରକ୍ଷା ଭଳି SOP ଚିନ୍ତା କରୁଛନ୍ତି ସରକାର

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଦିନ ଦ୍ୱିପ୍ରହରରେ ଜଣେ ଏଏସ୍ଆଇଙ୍କ ଦ୍ୱାରା ହତ୍ୟା ଘଟଣା କେବଳ ରାଜ୍ୟକୁ ସ୍ତବ୍ଧ କରିଦେଇନାହିଁ, ହାଇପ୍ରୋଫାଇଲ୍ ନେତାଙ୍କ ପାଇଁ ପ୍ରଚଳିତ ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନବ ଦାସ ହତ୍ୟାକାଣ୍ଡ ପରେ ପ୍ରଥମ ଥର ପାଇଁ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଉଥିବା ବେଳେ ଓଡିଶା ଡିଜିପି ସୁନୀଲ ବଂଶଲ, କହିଛନ୍ତି ଯେ ଏପରି ସମ୍ଭାବନା ବହୁତ କମ୍। ଏଭଳି ଘଟଣା ଘଟିବା ନେଇ କେହି ଚିନ୍ତା କିମ୍ବା ଅନୁମାନ କରିପାରିବେ ନାହିଁ। ଏହା କେବଳ ଶ୍ରୀଜଗନ୍ନାଥ ହିଁ ଜାଣନ୍ତି। ନବ ଦାସଙ୍କ ହତ୍ୟାକାଣ୍ଡ ସେଭଳି ଏକ ହତ୍ୟାକାଣ୍ଡ ଥିଲା। ଭବିଷ୍ୟତରେ ଏଭଳି ଘଟଣାକୁ କିପରି ରୋକା ଯାଇପାରିବ ଏବଂ ଜଣେ ନାଗରିକ ଓ ପୁଲିସ ଅଧିକାରୀ ଭାବେ ଆମର ପ୍ରତିକ୍ରିୟା କ’ଣ ରହିବା ଉଚିତ ତାହା ଉପରେ ଏବେ ଆମର ଫୋକସ୍ ରହିଛି ବୋଲି ଡିଜିପି କହିଛନ୍ତି। ଡିଜିପି ସୁନୀଲ ବଂଶଲ କହିଛନ୍ତି ଯେ ବିଶେଷଜ୍ଞଙ୍କ ସହ ପ୍ରାଥମିକ ଆଲୋଚନା ଆରମ୍ଭ ହୋଇଛି ଏବଂ ଖୁବଶୀଘ୍ର ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ୍ (ଏସପିଜି) ଭଳି ଶୀର୍ଷ ସଂସ୍ଥା ସହ ଆଲୋଚନା କରାଯିବ, ଯାହା ଦେଶର ପ୍ରଧାନମନ୍ତ୍ରୀଙ୍କୁ ନିକଟତର ସୁରକ୍ଷା ପ୍ରଦାନ କରିବା ପାଇଁ ଦାୟିତ୍ୱ ଦିଆଯାଇଛି। ଏସପିଜି ଦ୍ୱାରା ଅନୁସରଣ କରାଯାଉଥିବା ଏସଓପିକୁ ଓଡ଼ିଶାରେ ଏହାକୁ କେତେଦୂର ଗ୍ରହଣ କରାଯାଇପାରିବ ସେ ସମ୍ପର୍କରେ ଆମେ ସମୀକ୍ଷା କରିବୁ। ଏଭଳି ବିଚାର ବିମର୍ଶରୁ କ’ଣ ନିଷ୍ପତି ଆସିବ ସେନେଇ ଆମେ ଆଲୋଚନା କରିବୁ ବୋଲି ବଂଶଲ କହିଛନ୍ତି।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.